ନୁଆପଡା: ଖରିଆର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ନୁଆଁପଡା ରେଞ୍ଜର କାର୍ଯ୍ୟାଳୟର ୱାଚର (ରାତ୍ରି ଜଗୁୁୁୁଆଳୀ) ନିଜେ ରହୁ ଥିବା ଘର (ଗୋଦାମ) ମରାମତି ବେଳେ ତଳକୁ ଖସିପଡି ଗୁରୁତର ଆହତ ହୋଇଛନ୍ତି । କାର୍ଯ୍ଯରତ ୱାଚର ଚମ୍ପେଶ୍ଵର ସାହାଣୀ ଗୋଦାମ ଘର ଉପରୁ ୧୦ ଫୁଟ ତଳକୁ ପଡି ଗୁରୁତର ଆହାତ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନାରୁ ଜଣା ଯାଇଛି ଯେ, ଶ୍ରୀ ସାହାଣୀ ଦୀର୍ଘବର୍ଷ ଧରି ନୁଆପଡା କେନ୍ଦୁପତ୍ର ରେଞ୍ଜରେ କେନ୍ଦ୍ରୀୟ ଗୋଦାମ ୱାଚର ଭାବେ କାର୍ଯ୍ଯରତ । ଗତ କାଲି ନିଜେ ରହୁଥିବା ଗୋଦାମ ଘର ଉପରକୁ ଚଢି ଗୋଦାମ ଘର ମରାମତି କାର୍ଯ୍ଯରେ ଶ୍ରୀ ସାହାଣୀ ଲାଗିଥିବା ବେଳେ ହଠାତ ଉପରୁ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲେ । ନୁଆପଡା ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଛି । ତାଙ୍କ ବାମ ହାତ ଭାଙ୍ଗିଯିବା ସହ ପିଠିରେ ଆଘାତ ହୋଇଛି । କାର୍ଯ୍ଯରତ ଅବସ୍ଥାରେ ଶ୍ରୀ ସାହାଣୀ ଦୁର୍ଘଟଣାଗ୍ରସ୍ତ ହେବାପରେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ କେନ୍ଦୁପତ୍ର ବିଭାଗ ବହନ କରିବା ପାଇଁ କେନ୍ଦୁପତ୍ର ଶ୍ରମିକ ସଂଘର ନେତା ତଥା ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଦାବୀ କରିଛନ୍ତି ।
ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in