ଟୋକନ ଲେପ୍ସ: ମଣ୍ଡିରେ ଧାନ ପକାଇ ଟୋକନ ଅପେକ୍ଷାରେ ୫୦ଚାଷୀ

ଜୁନାଗଡ଼: ଜୁନାଗଡ଼ ବ୍ଲକ ଦାସିଗାଁ ପେକ୍ସ ଅଧୀନରେ ଥିବା ଚିଲକପୁର ମଣ୍ଡିରେ ଗତ ମେ ମାସର ୧୭, ୧୮ ଓ ୧୯ ତାରିଖରେ ଧାନ ବିକ୍ରି କରିବା ପାଇଁ ଆସିଥିବା ୫୦ରୁ ଉର୍ଦ୍ଧ ଚାଷୀଙ୍କ ଟୋକନ ଲାପ୍ସ ହେବା ଯୋଗୁ ଚାଷୀ ମାନେ ଧାନ ବିକ୍ରି କରିବାରେ ବଞ୍ଚିତ ହେଇଛନ୍ତି। ବର୍ତ୍ତମାନ ଖୋଲା ଆକାଶ ତଳେ ପ୍ରାୟ ୩୪୩୫ କୁଇଣ୍ଟାଲ ଧାନ ବିକ୍ରି ନ ହୋଇ ମଣ୍ଡିରେ ପଡିରହିଛି। ଚାଷୀମାନେ ଟୋକନ ଆସିବ ବୋଲି ଅପେକ୍ଷା କରି ରାତି ଦିନ ମଣ୍ଡିରେ ଧାନକୁ ଜଗି ରହିଛନ୍ତି। ଶେଷରେ ଚାଷୀ ମାନଙ୍କୁ ନିରାଶ ହେବାକୁ ପଡିଛି। ମୌସୁମୀ ଆଗମନ ଯୋଗୁଁ ତୁହାକୁ ତୁହା ବର୍ଷା ହେଉଛି। ତାରପୋଲିନ ଦେଇ ଚାଷୀ ଧାନକୁ ଘୋଡାଇ ରଖିଛି। ତଥାପି ମଣ୍ଡିରେ ଥିବା ଧାନ ଭିଜୁଛି।ଚିଲକପୁର ମଣ୍ଡିରେ ଖୋଲା ଆକାଶ ତଳେ ଧାନ ଗଦା ଥିବାରୁ ମଣ୍ଡିରେ ବର୍ଷା ପାଣି ଜମି ରହୁଛି। ବର୍ତ୍ତମାନ ଚାଷୀ ଧାନ ବିକ୍ରି କଲେ ଖରିଫ ଚାଷ କରିବା ପାଇଁ ବିହନ ସାର କିଣିବା ସହିତ ନିଜର ଆବଶ୍ୟକତା ମେଣ୍ଟାଇ ପାରନ୍ତା। ବର୍ତମାନ ମଣ୍ଡି ଗୁଡିକ ଗତ ବୁଧବାର ଦିନ ଠାରୁ ବନ୍ଦ ହୋଇଥିବା ଜାଣି ଧାନ ବିକ୍ରି ହେବ କି ନାହିଁ ସେହି ଚିନ୍ତାରେ ଚାଷୀମାନେ ପଡିରହିଛନ୍ତି।ଲୋକାଲରେ କେତେ ଟଙ୍କାରେ ମିଲରସ ଧାନ କିଣିବ ତାହା ଏଯାଏଁ ସ୍ଥିର ହୋଇ ନ ଥିବା ଯୋଗୁଁ ମଣ୍ଡିରୁ ଧାନ ଉଠୁନାହିଁ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଏଠାରେ ପ୍ରକାଶଯୋଗ୍ୟ ଯେ, ମଣ୍ଡିରେ ଥିବା ଧାନ ଗୁଡିକୁ ତୁରନ୍ତ ଉଠାଇବା ପାଇଁ ବିଜେପି କୃଷକ ମୋର୍ଚା ତରଫରୁ ଜୁନାଗଡ଼ ହାତୀ ନଦୀ ବ୍ରିଜ ଉପରେ ଧାରଣାରେ ବସିବାସହ ଜାତୀୟ ରାଜପଥ ଅବରୋଧ କରିଥିଲେ ବିଜେପି। କିନ୍ତୁ ଅବସ୍ଥା ସୁଧରିନଥିଲା। ଅନ୍ୟପକ୍ଷରେ ମଣ୍ଡିରେ ପଡି ରହି ଥିବା ଧାନ ଗୁଡିକୁ ଶୀଘ୍ର ଉଠାଇବା ପାଇଁ ଚାଷୀମାନେ ଦାବି କରିଛନ୍ତି।

Omkar Vasthu
Omkar Vasthu

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.