ଏସୟୁଜେ ରାୟଗଡ ଜିଲ୍ଲା ଶାଖା ପକ୍ଷରୁ ଜବରଗୁଡା ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଗୁଣୁପୁର, (ଦିଲୀପ କୁମାର ପଣ୍ଡା): ରାଜ୍ୟ ସାମ୍ବଦିକ ୟୁନିୟନ, ଓଡିଶା(ଏସୟୁଜେ(ଓ)ରାୟଗଡା ଜିଲ୍ଲା ଶାଖା ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଗୁଣପୁର ରେଂଜ, ରାୟଗଡା ବନଖଣ୍ଡ ମିଳିତ ଆନୁକୂଲ୍ୟରେ ପଦ୍ମପୁର ବ୍ଳକ ଅର୍ନ୍ତଗତ ଜବରଗୁଡା ସେବ‍ା ସମାଜ ପରିସରରେ ଆଜି ୭୨ତମ ବନ ମହୋତ୍ସବ ସପ୍ତାହରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu


ଏଥିରେ ପଦ୍ମଶ୍ରୀ ଶାନ୍ତିଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାରା ରୋପଣ କରିବା ସହ ବୃକ୍ଷର ଉପକାରିତା ଓ ଆବଶ୍ୟକତା ଉପରେ ସମସ୍ତେ ଗୂରୁତ୍ୱ ଦେବା ଜରୁରୀ ବୋଲି ମତ ପ୍ରକାଶ କରିଥିଲେ। ସେହିପରି ସମ୍ମାନ୍ନୀତ ଅତିଥି ଭାବେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇ ବୃକ୍ଷରୋପଣ କରିଥିଲେ।ବୃକ୍ଷରୋପଣକୁ ଆହୁରି ସାମୁହିକ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରି ଜିଲ୍ଲାକୁ ଏକ ସବୁଜ ପରିବେଶ ବଳୟରେ ସୃଷ୍ଟି କରିବା ଓ ଚାରା ରୋପଣ ପରେ ତାହାର ଯତ୍ନ ନେବା ହିଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ସଫଳତା ବୋଲି ଜାଣି ପାରିବା ବୋଲି ମତବ୍ୟକ୍ତ କରିଥିଲେ।

Pearl dental clinic
Near Ashish Medical Store, Bhawanipatna


ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମପୁର ବ୍ଳକ ଅଧ୍ୟକ୍ଷ ରମାକାନ୍ତ ମାଝି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୟାମୟ ପାଢୀ, ତହସିଲଦାର ନୀଳମାଧବ ମାଝି, ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ବିଷ୍ଣୁପ୍ରସାଦ ପଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ୧୦୦ଟି ଚାରା ରୋପଣ କରି ଏସୟୁଜେ ସଂଘର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ସେହିପରି ସଂଘ ସଭାପତି ଶିବ ନାରାୟଣ ଗଉଡ, ଉପସଭାପତି ସହଦେବ ସାହୁ, ସାଧାରଣ ସଂପାଦକ ସୁବାଷ ଚନ୍ଦ୍ର ସୂର୍ଯ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ପାଣିଗ୍ରାହୀ, ସାଂଗଠନିକ ସଂପାଦକ ଦୁର୍ଗା ପ୍ରସାଦ ପାଢୀଙ୍କ ସମେତ ପଦ୍ମପୁର ବ୍ଲକ ସଂଯୋଜକ ସୁଶାନ୍ତ କୁମାର ପଣ୍ଡା, ଇନ୍ଦ୍ରଜିତ ପଣ୍ଡା, ରବିନ୍ଦ୍ରନାଥ ମହାପାତ୍ର ଏବଂ ଗୁଣପୁର ବନାଞ୍ଚଳ ଅଧିକାରୀ ରଞ୍ଜନ ମହାନ୍ତି ସମେତ ବନପାଳ ପିକେ ଜେନା, ବନରକ୍ଷୀ ସନ୍ତୋସି ବାଗ, ଲକ୍ଷ୍ମୀ ଦାଶ ପାଇଟା, କେ ସି ଶବର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.