ଅଗ୍ନିଶମ କେନ୍ଦ୍ର ପରିସରରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ସଦର ମହକୁମା ସ୍ଥିତ ଅଗ୍ନି ସେବା କେନ୍ଦ୍ର ପରିସରରେ ଜିଲ୍ଲା ଅଗ୍ନିଶମ ବିଭାଗ ଓ ରାୟଗଡ ବନଖଣ୍ଡ ବିଭାଗର ମିଳିତ ଆନୁକୂଲ୍ୟରେ ୭୨ତମ ବନ ମହୋତ୍ସବ ସପ୍ତାହ ପାଳନର ପଂଚମ ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି । ଏଥିରେ ବିଭିନ୍ନ କିସମର ଚାରା ଯଥା ଅଁଳା,ବଉଳ, ଚମ୍ପା, ଜାମୁ, ବାହାଡା, ପଣସ, କରଂଜ, ଅର୍ଜୁନ ଇତ୍ୟାଦି ୫୦ଗୋଟି ଚାରା ରୋପଣ କରାଯାଇଥିଲା । ରାୟଗଡ ଉପ-ଅଗ୍ନିଶମ ଅଧିକାରୀ ସାଗରାମ ହାଂସଦା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଓ ପରିବେଶ ପ୍ରତି ବୃକ୍ଷର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଓ ସମସ୍ତଙ୍କୁ ନିଜ ନିଜ ବାଡି ବଗିଚାରେ ବୃକ୍ଷରୋପଣ କରିବା ସକାଶେ ଅନୁରୋଧ କରିଥିଲେ । ରାୟଗଡ ବନାଂଚଳ ଅଧିକାରୀ ଅଶୋକ କୁମାର ପ୍ରଧାନଙ୍କ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମଟି ସୁପରିଚାଳିତ ହୋଇଥିଲା । ଏଥିରେ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ରାୟଗଡ ବନପାଳ ଅନୀଲ କୁମାର ପାଣିଗ୍ରାହୀ, ଗୁମ୍ମା ବନପାଳ ଡମ୍ବୁରୁଧର ନାୟକଙ୍କ ସହ ଅନ୍ୟ କର୍ମଚାରୀବୃନ୍ଦ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.