ରାୟଗଡ ପ୍ରେସ୍ କ୍ଳବ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

● ସମସ୍ତେ ଗୋଟିଏ ଗୋଟିଏ ଚାରା ରୋପଣ କରନ୍ତୁ : ବିଧାୟକ ମକରନ୍ଦ ମୁଦୁଲି

ରାୟଗଡ, (ଶିବ ନାରାୟଣ ଗୈାଡ): ୭୨ତମ ବନ ମହୋତ୍ସବ ସପ୍ତାହ ପାଳନର ଶେଷ ଦିନରେ ରାୟଗଡ ବନଖଣ୍ଡ ସହାୟତାରେ ରାୟଗଡ ପ୍ରେସ୍ କ୍ଳବ ଦ୍ୱାରା ରିଙ୍ଗରୋଡ୍ ସ୍ଥିତ ସ୍ଥାନୀୟ ସହାରାଂଚଳ ପ୍ରାଥମିକ ସ୍ୱାସ୍ତ୍ୟ କେନ୍ଦ୍ର ପରିସର ଓ ବାହାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ପ୍ରେସ୍ କ୍ଳବ ସଭାପତି ରାଜେଶ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇ ବୃକ୍ଷରୋପଣ କରିବା ସହ ସମସ୍ତେ ଗୋଟିଏ ଗୋଟିଏ ଚାରା ରୋପଣ କରି ନିଜ ଆଖପାଖରେ ସବୁଜ ପରିବେଶ ସୃଷ୍ଟି କରିପାରିଲେ ପରିବେଶ ସୁରକ୍ଷା ସହ ମାଟି,ଜଳ ଓ ଜୀବନକୁ ସୁରକ୍ଷା ଦେଇପାରିବା ବୋଲି ପ୍ରକାଶ କରିଥିଲେ ।

Omkar Vasthu
Omkar Vasthu


ସେହିପରି ଅନ୍ୟମାନଙ୍କ ମଧ୍ୟରେ ପିଡି-ଡିଆରଡିଏ ମହେଶ୍ୱର ନାୟକ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମେଡିକଲ ଅଧିକାରୀ ଡାକ୍ତର ରୋହିତ କୁମାର କୁଣ୍ଡୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରି ଏହାର ଉପକାରିତା ଓ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ରାୟଗଡ ବନଖଣ୍ଡର ରାୟଗଡ ବନପାଳ ଅନୀଲ କୁମାର ପାଣିଗ୍ରାହୀଙ୍କ ସମେତ ବନ କର୍ମଚାରୀମାନେ ଏବଂ ପ୍ରେସ୍ କ୍ଳବର ସଦସ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରି ଚାରା ରୋପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.