ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ୪ ଆହତ

ଲାଞ୍ଜିଗଡ଼: ମୂଷାନାଳଠାରୁ ଭବାନୀପାଟଣା ଯିବା ମୁଖ୍ୟ ରାସ୍ତାର କଟରଘାଟିରୁ ଯୁବାଗାଁ ମଝିରେ ଦୁଇ ଗୋଟି ବାଇକ୍ ମୁହାଁମୁହିଁ ଧକ୍କା ଫଳରେ ୪ ଜଣ ଆହତ ହୋଇଛନ୍ତି।ସେଥିମଧ୍ୟରୁ ଦୁଇ ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଏକ ବାଇକ୍ ଯୋଗେ ଲାଖବାହିଲି ପଞ୍ଚାୟତ କୁଟିଙ୍ଗ ପଦର ଗାଁର ପରମେଶ୍ବର ନାଏକ ଓ ମାଳିଯୁବାଙ୍ଗ ପଞ୍ଚାୟତ ଖଜୁରଗୁଡା ଗାଁର ବିଷ୍ଣୁ ନାଏକ ଭବାନୀପାଟଣା ଯାଉଥିବା ବେଳେ ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍ ଧରି ଲାଞ୍ଜି ପଞ୍ଚାୟତ ଯୁବା ଗାଁର ଦୁଇ ଜଣ ଯୁବକ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ୍ ଦୁଇଟି ରାସ୍ତା ଉପରେ ପଡିରହିଥିବା ବେଳେ ୪ ଜଣ ଆହତ ସୋଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେଥିମଧ୍ୟରୁ ପରମେଶ୍ବର ଓ ବିଷ୍ଣୁଙ୍କୁ ଗୁରୁତର ଆହତ ଲାଗିଥିଲା। ସେହି ସମୟରେ ଉକ୍ତ ରାସ୍ତା ଦେଇ ଲାଞ୍ଜିଗଡ଼ ବ୍ଳକ କଂଗ୍ରେସ ସଭାପତି ହରିହର କୁମାର, ପୂର୍ବତନ ସରପଞ୍ଚ ଉଦ୍ଧବ ମାଝୀ ଓ ମୁଲୁ ମାଝୀ ଦୁର୍ଘଟଣା ସ୍ଥାନରେ ରହି ୧୦୮ ଆମ୍ବୁଲାନ୍ସ ଯୋଗାଯୋଗ କରି ଦିନ ୧୨ ସମୟରେ ଦୁଇ ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ୟ ମେଡ଼ିକାଲକୁ ନେଇ ଭର୍ତ୍ତିକରି ପ୍ରାଥମିକ ଚିକିତ୍ସା କରାଇଥିଲେ। ବର୍ତ୍ତମାନ ଦୁହିଁଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣା ଯାଉଛି।

Udyog Nursery
Udyogi Nursery

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.