କଟରଘାଟି ଦୁର୍ଘଟଣାର ୪ ଆହତଙ୍କ ମଧ୍ୟରୁ ଜଣକର ମୃତ୍ୟୁ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଳକ ମୂଷାନାଳଠାରୁ ଭବାନୀପାଟଣା ଯିବା ମୁଖ୍ୟ ରାସ୍ତାର କଟରଘାଟିରୁ ଯୁବାଗାଁ ମଝିରେ ଶନିବାର ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୪ ଜଣ ଆହତ ହୋଇଥିଲେ।୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଛି।ଏଠାରେ ପ୍ରକାଶଯୋଗ୍ୟ ଯେ, ଶନିବାର ସକାଳେ ଏକ ବାଇକ୍ ଯୋଗେ ଲାଖବାହିଲି ପଞ୍ଚାୟତ କୁଟିଙ୍ଗପଦର ଗାଁର ପରମେଶ୍ବର ନାଏକ ଓ ମାଳିଯୁବାଙ୍ଗ ପଞ୍ଚାୟତ ଖଜୁରଗୁଡା ଗାଁର ବିଷ୍ଣୁ ନାଏକ ଭବାନୀପାଟଣା ଯାଉଥିଲେ। ବିପରୀତ ଦିଗରୁ ଅନ୍ୟ ଏକ ବାଇକ୍ ଲାଞ୍ଜି ପଞ୍ଚାୟତ ଯୁବା ଗାଁର ୨ ଜଣ ଯୁବକ ଆସୁଥିବା ବେଳେ ମୁହାଁମୁହିଁ ଧକ୍କା ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପରମେଶ୍ବର ଓ ଵିଷ୍ଣୁଙ୍କ ଅବସ୍ଥା ଗୁରୁତର ଥିଲା।ଦୁର୍ଘଟଣା ପରେ ଉକ୍ତ ରାସ୍ତା ଦେଇ ଲାଞ୍ଜିଗଡ଼ ବ୍ଳକ କଂଗ୍ରେସ ସଭାପତି ହରିହର କୁମାର, ପୂର୍ବତନ ସରପଞ୍ଚ ଉଦ୍ଧବ ମାଝୀ ଓ ମୁଲୁ ମାଝୀ ଯାଉଥିଲେ। ସେମାନେ ୧୦୮ ଆମ୍ବୁଲାନ୍ସ ଯୋଗା ଗୁରୁତରଙ୍କୁ ଡାକ୍ତରଖାନାକୁ ପଠାଇ ଥିଲେ। ଗୁରୁତରଙ୍କ ମଧ୍ୟରୁ ପରମେଶ୍ବରଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।

Udyog Nursery
Udyogi Nursery

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.