କଟକ: ହିନ୍ଦୁ ଜାଗରଣ ମଞ୍ଚ ଓ ଉତ୍କଳ ବିକାଶ ପରିଷଦ କଟକ ସଦର ମିଳିତ ଅନୁକୂଲ୍ୟରେ ପରମହଂସ ପଂଚାୟତ ମହାପ୍ରଭୁ ପରମହଂଶନାଥ ମହାଦେବ ମନ୍ଦିରର ପୂଜକ ଓ ସେବାୟତମାନଙ୍କୁ ରାସନ ସାମଗ୍ରୀ ଓ ବୃକ୍ଷ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମଞ୍ଚର ପ୍ରାନ୍ତ ସଂଗଠନ ସମ୍ପାଦକ ସମାଜସେବୀ ତନ୍ମୟ ଦାସ, ସାମ୍ବାଦିକ ଚକ୍ରବର୍ତ୍ତୀ ଓତା, ସୁରେଶ ଜେନା, ରାମଚନ୍ଦ୍ର ପଣ୍ଡା, ସନ୍ତୋଷ ଭୋଇ, ନିରଂଜନ ରାଉଳ, ରବୀନ୍ଦ୍ର ପାତ୍ର, କୃଷକନେତା ଦେବୀ ପ୍ରସାଦ ପତି, ଅବିନାଶ ମହାପାତ୍ର, ଓଁମ ପ୍ରକାଶ ପରିଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।