ଦୀର୍ଘ ୧୦ ଘଣ୍ଟା ପରେ ହଟିଲା ରାସ୍ତା ଅବରୋଧ

ଟ୍ରକ ଦୁର୍ଘଟଣା: ଜଣେ ମୃତ, ୨ ଆହତ ଘଟଣା

କୋକସରା, (ହିରଣ୍ୟ ବେହେରା): କୋକସରା ବ୍ଲକ ବଙ୍ଗୋମୁଣ୍ଡା ପେଟ୍ରୋଲ ପମ୍ପ ପାଖରେ ଜାତୀୟ ରାଜପଥ-୨୬ ଉପରେ ଆଜି ସକାଳ ୬ ଘଣ୍ଟା ସମୟରେ ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରେଇ ଏକ ମର୍ମାନ୍ତୁଦ ଦୁର୍ଘଟଣା ଘଟେଇ ଘଟଣା ସ୍ଥଳରେ ଗମ୍ଭାରୀ ଗୁଡା ପଞ୍ଚାୟତ ଯୋଗାଧ୍ୟାନ ବେମାଲ (୩୯)ଙ୍କ ଜୀବନ ଚାଲି ଯାଇଥିଲା। ଏହି ଘଟଣାର ଦୀର୍ଘ ୫ ଘଣ୍ଟା ପରେ ଶବକୁ ଅଗ୍ନିଶମ ବିଭାଗ ଓ ପୋଲିସ ବିଭାଗର ଉଦ୍ଧାର କାର୍ଯ୍ୟରେ ହାଇଡ୍ରା ଗାଡି ସାହାଯ୍ୟରେ ଉଦ୍ଧାର କରାଯାଇଥିଲା। କ୍ଷତିଗ୍ରସ୍ତ ପରିବାର ଓ ସମ୍ପର୍କୀୟ ଲୋକେ ଶବ ରଖି ଜାତୀୟ ରାଜପଥ ୨୬କୁ ଅବରୋଧ କରି କ୍ଷତି ପୂରଣ ଦାବି ରେ ଅଡିବସି ଥିଲେ। ପ୍ରଶାସନ ପକ୍ଷରୁ ବହୁ ବୁଝାସୁଝା ପରେ ଦୁର୍ଘଟଣାର ପ୍ରାୟ ଦଶ ଘଣ୍ଟା ପରେ ଶବକୁ ଉଠାଯାଇଛି। ପ୍ରଶାସନ ପକ୍ଷରୁ କୋକସରା ତହସିଲଦାର ମନୋଜ ପାଢ଼ୀ, କୋକସରା ରାଜସ୍ୱ ନିରୀକ୍ଷକ, ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧୀରଜ ଚାପେଦାର ବୁଝା ସୁଝା କରି ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ସହାୟତା ଯୋଗେଇ ଦେଇ ସମସ୍ତ ସରକାରୀ ସୁବିଧା ଯୋଗେଇ ଦେବା ସହ ଟ୍ରକ ମାଲିକଙ୍କ ସହ ବିଚାର ବିମର୍ଶ ପରେ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ।

Omkar Vasthu
Omkar Vasthu


ଘଟଣାର ଉତ୍ତେଜନା ଓ ପରିସ୍ଥିତି ଅନୁଧ୍ୟାନ କରି ଘଟଣା ସ୍ଥଳରେ କୋକସରା ଥାନାଧିକାରୀ ରମଣୀ ରଞ୍ଜନ ଦଳେଇ, ଜୁନାଗଡ଼ ଥାନାଧିକାରୀ ଉତ୍ତମ ସାହୁ, ଧର୍ମଗଡ଼ ଥାନାଧିକାରୀ ଟୁନା ସେଠି, କନେଷ୍ଟବଳ ଓ ଆଇଆରବି ପୋଲିସ ମୁତୟନ ଥିଲେ। ଏ ନେଇ କୋକସରା ଥାନାରେ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବା ନେଇ କୋକସରା ଥାନାଧିକାରୀ ସୂଚନା ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.