କରୋନା ସମୟରେ ବିକଳ୍ପ ଶିକ୍ଷାଦାନ ବ୍ୟବସ୍ଥା

ଲାଞ୍ଜିଗଡ଼: ମହାମାରୀ କରୋନା ଯୋଗୁଁ ଅତି ମାତ୍ରାରେ ପ୍ରଭାବିତ ହୋଇଛି ଶିକ୍ଷା ବ୍ୟବସ୍ଥା। ଅନେକ ଦେଶ ଓ ରାଜ୍ୟ ବିକଳ୍ପ ଶିକ୍ଷା ଦାନ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଓଡିଶାରେ ମଧ୍ୟ ଶ୍ରେଣୀ ଶିକ୍ଷାଦାନର ବିକଳ୍ପ ସ୍ବରୂପ ଶିକ୍ଷା ସଂଯୋଗ ରେଡ଼ିଓ ପାଢଶାଳୀ, ୟୁଟ୍ୟୁବ ମାଧ୍ୟମରେ ଶିକ୍ଷାଦାନ ଶିକ୍ଷା ଦର୍ପଣ ପରି ଅନେକ ଅଭିନବ ଯୋଜନା ଆରମ୍ଭ ହୋଇଛି। କିନ୍ତୁ ନେଟୱର୍କ ସମସ୍ୟା ଓ ଆବଶ୍ୟକ ଅନୁଯାୟୀ ରେଡ଼ିଓ ଓ ମୋବାଇଲ ଫୋନ ପିଲଙ୍କ ପାଖରେ ନ ଥିବାରୁ ଏହି ସବୁ ଯୋଜନାର ସୁଫଳ ପିଲାଙ୍କ ପାଖରେ ପହଞ୍ଚି ପାରିନାହିଁ। ଏଣୁ ଏସବୁର ବିକଳ୍ପ ସ୍ବରୂପ ରାଜ୍ୟ ସରକାର ଡିଆଇଇଟି ମାଧ୍ୟମରେ ଅଲଟରନେଟିଭ ଇଣ୍ଟରସିପ କାର୍ଯ୍ୟକ୍ରମ ନାମରେ ଆଉ ଏକ ଯୋଜନା ଆରମ୍ଭ କରିଛନ୍ତି। ବିଭିନ୍ନ ସୁଯୋଗରୁ ବଞ୍ଚିତ ପିଲା ମାନଙ୍କୁ ବିଭିନ୍ନ ଡିଆଇଇଟି ଓ ସିଟି ସ୍କୁଲ ମାନଙ୍କରେ ଅଧ୍ୟୟନ କରୁଥିବା ଗୁରୁ ଛାତ୍ର ମାନେ ନିଜ ଅଞ୍ଚଳର ପ୍ରଥମରୁ ପଞ୍ଚମ ଶ୍ରେଣୀର ଦଶ ଜଣ ଲେଖାଏଁ ପିଲାଙ୍କୁ ପାଠ ପଢ଼ାଇବେ। ଏହି କ୍ରମରେ ଲାଞ୍ଜିଗଡ଼ ବ୍ଲକରେ ଅଧ୍ୟୟନରତ ଆଠଜଣ ଗୁରୁ ଛାତ୍ର ନିଜ ନିଜ ଅଞ୍ଚଳରେ ଶିକ୍ଷାଦାନ କାର୍ଯ୍ୟ ଆରମ୍ଭ କରିଛନ୍ତି। ତନ୍ମଧ୍ୟରୁ ଗୋବର୍ଦ୍ଧନପୁର କ୍ଲଷ୍ଟରରେ ଚାରି ଗୋଟି କେନ୍ଦ୍ର କାର୍ଯ୍ୟ କରୁଛି। ଡିଆଇଇଟି କଳାହାଣ୍ଡିର ଶିକ୍ଷକ ପ୍ରଶିକ୍ଷକ ଇଶ୍ଵର ଚନ୍ଦ୍ର ବେହେରା ଏହି କେନ୍ଦ୍ର ମାନ ପରିଦର୍ଶନ ପାଇଁ ଆସି ପିଲାମାନଙ୍କୁ ବିଭିନ୍ନ ଅଭିନୟ ମାଧ୍ୟମରେ ଶିକ୍ଷାଦାନର ଶିକ୍ଷାଦାନର କୈଶଳ ପ୍ରଦର୍ଶନ କରିବା ସହ ଗୁରୁଛାତ୍ର ମାନଙ୍କୁ ସେମାନଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରିଥିଲେ। ଏହି ପରିଦର୍ଶନ ସମୟରେ ଗୋବର୍ଦ୍ଧନପୁର ସିଆରସିସି ତପନ କୁମାର ଭୋଇ ଉପସ୍ଥିତ ଥିଲେ। ଡିଆଇଇଟି କଳାହାଣ୍ଡିଙ୍କ ଏହି ଉଦ୍ୟମକୁ ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା ସମିତି ସ୍ବାଗତ କରିଛନ୍ତି। ଏହି କାର୍ଯ୍ୟକ୍ରମର ସଫଳ କ୍ରିୟାନୁଷ୍ଠାନ ପାଇଁ ଗୋଷ୍ଠୀ ଶିକ୍ଷାଅଧିକାରୀ ସଂଞ୍ଜିବ କୁମାର ନାଏକ ସମସ୍ତ ସିଆରସିସି ମାନଙ୍କୁ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Omkar Vasthu
Omkar Vasthu

ଲାଞ୍ଜିଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.