କୋକସରା, (ହିରଣ୍ୟ ବେହେରା): କୋକସରା ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଆସୁଥିବା ସର୍ଗିଗୁଡା ପ୍ରାଥମିକ ବିଦ୍ୟାଳୟରେ ବିଭିନ୍ନ ପ୍ରକାରର ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। କେତେବେଲେ ୟୁନିଫର୍ମ ଦୁର୍ନୀତି ତ ଆଉ କେତେବେଳେ ଶିକ୍ଷକଙ୍କ ଅନୁପସ୍ଥିତି। ଏମିତି ଅନେକ ଖବର ଗଣମାଧ୍ୟମରେ ପ୍ରକାଶ ପାଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୋୖଣସି କାର୍ଯ୍ୟାନୁଷ୍ଠାନ ଠିକ ଭାବରେ ହେଉନଥିବା ଶିକ୍ଷା ବିଭାଗର କାର୍ଯ୍ୟ ପ୍ରତି ସନ୍ଦେହ ସୃଷ୍ଟି କରୁଥିବାବେଳେ, ଏଥିରେ ମଧ୍ୟାହ୍ନ ଭୋଜନ ଆତ୍ମସାତ ସହିତ ବିଦ୍ୟାଳୟ କୁ ଭଡାରେ ଦେବା ଘଟଣା ସାଧାରଣ ଲୋକଙ୍କ ମନରେ ଏକ ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି।
ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସର୍ଗିଗୁଡା ପ୍ରାଥମିକ ବିଦ୍ୟାଳୟରେ। ସୂଚନାରୁ ପ୍ରକାଶ ଯେ, ଡହଗାଁ କ୍ଳଷ୍ଟର ଅଧୀନରେ ଥିବା ସର୍ଗିଗୁଡା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପାଞ୍ଚଜଣ ଶିକ୍ଷକଙ୍କ ସମେତ ୧୮୧ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରନ୍ତି। କିନ୍ତୁ ମହାମାରୀ କରୋନା ପାଇଁ ରାଜ୍ୟ ସରକାର ସମସ୍ତ ସ୍କୁଲ ଗୁଡିକୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଛୁଟି ଘୋଷଣା କରିଛନ୍ତି ଏବଂ ସ୍କୁଲ କୁ ନ ଆସି ଘରେ ପଢ଼ିବା ପାଇଁ ନିର୍ଦ୍ଦେଶନାମା ଯାରି କରିଛନ୍ତି। ଫଳରେ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ଉନ୍ନତି ପାଇଁ ଅନଲାଇନ ଶିକ୍ଷା ସହିତ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷିରେ ରାଜ୍ୟ ସରକାର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ୭୦ ଦିନର ମଧ୍ୟାହ୍ନ ଭୋଜନ ପାଇଁ ଅର୍ଥ ପ୍ରଦାନ ବ୍ୟବସ୍ଥା କରିଛନ୍ତି। ତାହା ଅବିଭାବକ ମାନଙ୍କ ବ୍ୟାଙ୍କ ଖାତାରେ ଏବଂ ସ୍କୁଲ ପାଣ୍ଠିରେ ଭୋଜନ ବାବଦକୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ପାଞ୍ଚ ଟଙ୍କା ଦଶ ପଇସା ଓ ସାତ କିଲୋ ଚାଉଳ, ଯୋଗାଇଛନ୍ତି। କିନ୍ତୁ ପ୍ରଧାନ ଶିକ୍ଷକ ତାହାର ବ୍ୟତିକ୍ରମ କରି ଛାତ୍ର ଛାତ୍ରୀ ମାନଙ୍କୁ ୩୫୭ଟଙ୍କା ବଦଳରେ ୩୫୦ ଟଙ୍କା ଓ ୭କିଲୋ ଚାଉଳ ପରିବର୍ତ୍ତେ ୬ଅଡା (ଗ୍ରାମାଞ୍ଚଳ ର ସାମଗ୍ରୀ ମାପକ ବସ୍ତୁ)ବା ୬କିଲୋଗ୍ରାମ ପାଖାପାଖି ବଣ୍ଟନ କରିଛନ୍ତି। ଏବଂ ସ୍କୁଲ ଗୃହକୁ ଗୋଟିଏ ଠିକାଦାର ବା ଗ୍ରାମକୁ ପାଣିଟାଙ୍କି ତିଆରି ପାଇଁ ଆସିଥିବା କୁଳି, ମିସ୍ତ୍ରୀ ମାନଙ୍କୁ ଭଡାରେ ଦେଇଥିବା ଚର୍ଚ୍ଚା ଜୋର ଧରିଛି।
ଏହାର ତଦନ୍ତ ପାଇଁ ସ୍କୁଲ ପରିଚାଳନା କମିଟି ସଭାପତି ମୁକ୍ତେଶ୍ଵର ମାଝୀଙ୍କ ସମେତ ହରେକୃଷ୍ଣ ଚନ୍ଦନ, ଡମ୍ବରୁଧର ମାଝି ପ୍ରମୁଖ ଅଭିଯୋଗ କରିଛନ୍ତି। ଏସମନ୍ଧରେ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବଣ୍ଟନ କରିଛି ଓ ସ୍କୁଲରେ କୁଲି, ମିସ୍ତ୍ରୀ ରହିଥିବା ସ୍ଵୀକାର ମଧ୍ୟ କରିଛନ୍ତି। ଏ ବିଷୟକୁ ନେଇ ସିଆରସିସି ଜତିନ ସାହୁଙ୍କୁ ପଚାରିବାରୁ ମୁଁ ଜାଣିନି କହିଥିଲେ ଓ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ମୁଁ ମଧ୍ୟ ଏ ବିଷୟରେ ଜାଣି ନାହିଁ ବୋଲି କହିଛନ୍ତି।ପରିତାପର ବିଷୟ ଯେ ସ୍କୁଲ ରେ ଅନଳାଇନ କ୍ଲାସ ବାଧ୍ୟତାମୂଳକ ଥିବା ବେଲେ, ସ୍କୁଲକୁ କେମିତି କୁଲି ମିସ୍ତ୍ରୀ ମାନଙ୍କୁ ଦିର୍ଘ ଦିନରୁ ରହିବାକୁ ଦେଇଛନ୍ତି ଓ ଉଚ୍ଚ ଅଧିକାରୀ କାହିଁକି ଜାଣିନାହାନ୍ତି ତାହା ହିଁ ଗୋଷ୍ଠି ଶିକ୍ଷାଅଧିକାରୀଙ୍କ କାର୍ଯ୍ୟକଳାପ ପ୍ରତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।