ପାବନ ଶ୍ରୀକ୍ଷେତ୍ରରେ ନୀଳାଦ୍ରି ବିଜେ ସମ୍ପନ୍ନ

ଗୁଣୁପୁର, (ଦିଲୀପ କୁମାର ପଣ୍ଡା): ଗୁମୁଡା ପାବନ ଶ୍ରୀକ୍ଷେତ୍ରରେ କୋଭିଡ କଟକଣା ମଧ୍ୟରେ ନୀଳାଦ୍ରି ବିଜେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୂର୍ବରୁ ଶ୍ରୀ ଗୁଣ୍ଡିଚା ଓ ହେରା ପଞ୍ଚମୀ ରୀତି ମଧ୍ୟ ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା। ମନ୍ଦିର ସଭାପତି ରାଧାକୃଷ୍ଣ ପାଣିଗ୍ରାହୀଙ୍କ ଉପସ୍ଥିତିରେ ପୂଜା ବିଧି କାରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେବାୟତମାନେ ପହଣ୍ଡି କାର୍ଯ୍ୟକ୍ରମ ସହ ଦୈନିକ ପୂଜାରେ ସହଯୋଗ କରିଥଲେ। ପ୍ରପନ୍ନ ତ୍ରିପାଠୀ, ପ୍ରମୋଦ ତ୍ରିପାଠୀ, ନବୀନ ସାହୁ ତଥା ସମସ୍ତ ସ୍ଥାନୀୟ ସେବାୟତ ଓ ଭକ୍ତଙ୍କ ମଧ୍ୟରେ ସଂକୀର୍ତ୍ତନ ଓ ଜୟ ଜଗରନାଥ ଶବ୍ଦରେ ମହାପ୍ରଭୁ ଙ୍କ ଅଧର ପଣା, ବଚନିକା ଓ ରସଗୋଲା ଭୋଗ ଦେଇ ମହଲଷ୍ମୀଙ୍କ ମାନଭଞ୍ଜନ କାରାଯାଇ ଥିଲା। ମୁଖ୍ୟ ପୁରୋହିତ ଭାବରେ ହରି ହର ମହାପାତ୍ର ଓ ସନ୍ତୋଷ ମହାପାତ୍ର ସମସ୍ତ ରୀତି ନୀତି ନିର୍ବାହଣ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.