ଚାଷୀଙ୍କ ମୁହଁରୁ ଫିଟିବ ହସ: ବଡନାଳ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ଛଡାଗଲା ପାଣି

ଗୁଣୁପୁର, (ଦିଲୀପ କୁମାର ପଣ୍ଡା): ରାୟଗଡା ଜିଲ୍ଲା ପଦ୍ମପୁର କେନ୍ଦୁଗୁଡା ବଡନାଳ ଜଳଭଣ୍ଡାରୁ ଚଳିତ ଖରିଫ ଋତୁ ପାଇଁ ଚାଷୀଙ୍କ ଜମିକୁ କେନାଲ ମାଧ୍ୟମରେ ଛଡାଗଲା ପାଣି। ଆଜି ଠିକ ୧୦ଟା ୩୦ ମିନିଟ୍ ସମୟରେ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରିବପରେ ପାଣି ଛଡାଯାଇଛି। ଏହି ସମୟରେ ପଦ୍ମପୁର ତହସିଲଦାର ଏବଂ ବଡନାଳ ମଧ୍ୟମ ଜଳସେଚିତ ପ୍ରକଳ୍ପର ଏଇଇ ସ୍ବରାଜ୍ୟ କୁମାର ନାୟକ ଉପସ୍ଥିତ ଥିଲେ। ଚଳିତ ବର୍ଷ ମୌସୁମୀ ବର୍ଷା ନଥିବାରୁ ସ୍ଥାନିୟ ଅଞ୍ଚଳର ଚାଷୀ ଚାଷକାମ ଠିକ ଭାବରେ ଆରମ୍ଭ କରିପାରୁ ନଥିଲେ।ତେବେ ପାଣି କେନାଲ ମାଧ୍ୟମରେ ଛଡାଯାଇଥିବାରୁ ବର୍ତ୍ତମାନ ଚାଷୀମାନେ ଚାଷ କାମ କରିବେ ବୋଲି ଆଶା କରାଯାଉଛି। ଅନ୍ୟପକ୍ଷରେ ବର୍ଷା ଅଭାବରୁ ଡ୍ୟାମରେ ମଧ୍ୟ ପାଣିନାହିଁ। ଯେତିକି ରହିଛି ମାତ୍ର ୨୦ରୁ ୨୫ଦିନ ଭିତରେ ଖାଲିହୋଇଯିବ ବୋଲି ଜଣାପଡିଛି।ବଡନାଳ ପ୍ରକଳ୍ପକୁ ୯୦ପ୍ରତିଶତ ଚାଷୀ ନିର୍ଭର କରିଥାନ୍ତି। ଚଳିତବର୍ଷ ୧୮ ହଜାର ୪୨୨ ହେକ୍ଟର ଜମିରେ ଧାନ ଚାଷ କରିବା ଲକ୍ଷ ରଖାଯାଇଛି। ବର୍ତ୍ତମାନ ୨୦ଭାଗ ଚାଷୀ ବର୍ଷାପାଣିରେ ବୁଣାବୁଣି ଏବଂ ତଳି ପକେଇବା କାର୍ଯ୍ୟ ପଦ୍ମପୁର ଅଞ୍ଚଳରେ ହୋଇଥିବ ବୋଲି କୃଷିବିଭାଗ ଅନୁମାନ କରୁଛି।ଆସୁଥିବା ଲଘୁଚାପ ଜନିତବର୍ଷା ବଡନାଳର ଉପର ମୁଣ୍ଡରେ ବର୍ଷାହେଲେ ଜଳଭଣ୍ଡାରରେ ପାଣି ବଡିବ ବୋଲି ଅନୁମାନ କରାଯାଇଛି। ଏଠାରେ ବିପଦ ସଙ୍କେତ ୧୭୬ ମିଟର ରହିଥିବାବେଳେ ବର୍ତ୍ତମାନ ଜଳଭଣ୍ଡାରରେ ୧୬୩.୭୩ ମିଟର ରହିଛି। ଅର୍ଥାତ ପାଖାପାଖି ଆହୁରି ୧୩ମିଟର ପାଣି ଜଳଭଣ୍ଡାରର କ୍ଷମତା ରହିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.