କଳାହାଣ୍ଡି ବିଶ୍ବବିଦ୍ୟାଳୟ ଅର୍ଥଶାସ୍ତ୍ର ବିଭାଗ ଓ ଭୂଗୋଳ ବିଭାଗର ମିଳିତ ଆଲୋଚନାଚକ୍ର

ଭବାନୀପାଟଣା: କଳାହାଣ୍ଡି ବିଶ୍ବବିଦ୍ୟାଳୟ ଅର୍ଥଶାସ୍ତ୍ର ଓ ଭୂଗୋଳ ବିଭାଗର ମିଳିତ ଆଲୋଚନାଚକ୍ର ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ‘ଜନସଂଖ୍ୟାରେ ଗତିଶୀଳ ଓ ସ୍ଥାୟୀ ବିକାଶ: ଭାରତରେ ସମସ୍ୟା ଓ ସମ୍ଭାବ୍ୟ’ ପ୍ରସଙ୍ଗକୁ ନେଇ ଏକ ଭର୍ଚୁଆଲ୍ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ଓ ଭୂଗୋଳ ବିଭାଗର ମୁଖ୍ୟ ପ୍ରଫେସର ଶିବବ୍ରତ ଦାସ ଯୋଗଦେଇଥିଲେ। ବିଶ୍ବବିଦ୍ୟାଳୟର କୁଳପତି ଡ.ସଞ୍ଜୟ ଶତପଥୀ ଆଲୋଚନାଚକ୍ରର ଅଧ୍ୟକ୍ଷତା କରିଥିଲେ। ରେଜିଷ୍ଟ୍ରାର ପିତାମ୍ବର ଭୋଇ ଆଲୋଚନାଚକ୍ରର ଠିକଣା ପୃଷ୍ଠପୋଷକତା ପ୍ରଦାନ କରିଥିଲେ। ଆଲୋଚନାଚକ୍ରର ଆବାହକ ତଥା ବାଣିଜ୍ୟ ଓ ଅର୍ଥଶାସ୍ତ୍ର ବିଭାଗର ମୁଖ୍ୟ ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ହଲଧର ସାହୁ ସ୍ବାଗତ ଭାଷଣ ଦେବା ସହ ଆଲୋଚନାଚକ୍ରର ସଂଯୋଜନା କରିଥିଲେ। ସହ ଆବାହକ ଅର୍ଥଶାସ୍ତ୍ର ଅଧ୍ୟାପକ ଡ. ଶେଷଦେବ ସୁନା ଅତିଥି ପରିଚୟ ପ୍ରଦାନ କରିଥିଲେ। ଏଥିରେ ପ୍ରାୟ ୧୫୦ ରୁ ଉର୍ଦ୍ଦ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ସାରା ରାଜ୍ୟରୁ ଯୋଗଦେଇଥିଲେ। ପ୍ରଫେସର ଦାସ ଜନସଂଖ୍ୟାରେ ବୃଦ୍ଧି ଓ ତାର ସ୍ଥାୟୀ ବିକାଶରେ ଭାରତରେ ସୃଷ୍ଟି ହେଉଥିବା ସମସ୍ୟା ଏବଂ ସମ୍ଭାବ୍ୟ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିଥିଲେ। ଅନ୍ୟତମ ସହ ଆବାହକ ତଥା ଭୂଗୋଳ ବିଭାଗର ମୁଖ୍ୟ ଆସିଷ୍ଟାଣ୍ଟ ପ୍ରଫେସର ବିପିନ କୁମାର ବେହେରା ଆଲୋଚନାଚକ୍ରର ସାରାଂଶ କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.