ଟେମରି, (ଜଗଜ୍ଜୀବନ ସା): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମ ପଞ୍ଚାୟତର କୁମ୍ଭାରୀ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରୁ ପୋଖରୀ ଯାଏଁ ଲମ୍ବିଥିବା ରାସ୍ତା ସଫେଇ ଆରମ୍ଭ କରାଯାଇଛି। ଏଥିରେ ଗ୍ରାମର ସମାଜସେବୀ ମହେନ୍ଦ୍ର ପଧାନ,ବିରୂପାକ୍ଷ ସା, ସ୍ବର୍ଣ୍ଣଲତା ଭୋଇ, ଦୁଃଖିରାମ ସା, ଜଗଜ୍ଜୀବନ ସା, ରଞ୍ଜନ ସା ଓ ବିଜେଡ଼ି କର୍ମୀଙ୍କ ଜରିଆରେ ଲୋକେଶ୍ୱର ଗୋପାଳ ଓ ଗ୍ରାମବାସୀଙ୍କ ସହଯୋଗରେ ରାସ୍ତା ସଫେଇ କରାଯାଉଛି। ଗାଁକୁ ସ୍ୱଚ୍ଛ କରାଯିବା ପାଇଁ ଗାଁର ସମସ୍ତ ଗଳିକନ୍ଦି ଓ ମୁଖ୍ୟ ରାସ୍ତା ସଫେଇ କରାଯିବ ବୋଲି ସମାଜସେବୀ ମହେନ୍ଦ୍ର ପଧାନ ଓ ବିଜେଡି ପ୍ରତିନିଧି ବେଭାରୀ ସାହୁ ମତ ପ୍ରକାଶ କରିଛନ୍ତି।