ସିପିଆଇ (ଏମଏଲ)ଲିବରେସନ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

● ରାୟଗଡ ଜିଲ୍ଲାରେ ସିଲିଂ ବହିର୍ଭୁତ ଓ ସରକାରୀ ଜମି ବଂଟନ ମୁଖ୍ୟ ପ୍ରସଙ୍ଗ ହୋଇଛି

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳାରେ ଥିବା ସିଲିଂ ବହିର୍ଭୁତ ଜମି ପଟ୍ଟା ଭୂମିହୀନଙ୍କୁ ଓ ଦଖଲ ବି ପ୍ରଦାନ କରନ୍ତୁ,ବର୍ଷ ବର୍ଷ ଧରି କୋର୍ଟ କଚେରୀରେ ପଡିଥିବା ଜମି ମାମଲାଗୁଡିକୁ ତୁରନ୍ତ ଫଇସଲା କରି ବଳକା ଜମି ବାଂଟନ୍ତୁ ଏବଂ ଜିଲ୍ଲା ପୋଲିସ ଓ ପ୍ରଶାନସିକ ଅଧିକାରୀମାନେ ବାସ୍ତବତାକୁ ଅନୁଭବ କରି ଜମିର ସରଜମିନ୍ ତଦନ୍ତ କରିବା ସହ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ଆଦି ଦାବି ନେଇ ଆଜି ସ୍ଥାନୀୟ ପୂର୍ତ ବଙ୍ଗଳା ଠାରେ ଭାରତର କମ୍ୟୁନିଷ୍ଟ ପାର୍ଟି (ସିପିଆଇ-ମାର୍କ୍ସବାଦ,ଲେଲିନବାଦ) ଲିବରେସନ୍ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସିପିଆଇ(ଏମ.ଏଲ)ଲିବରେସନ୍ ରାୟଗଡ ଜିଲ୍ଳା ସଂପାଦକ ତ୍ରିପତି ଗମାଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ରାଜ୍ୟ କମିଟିର ସଂପାଦକ ଯୁଧିଷ୍ଠିର ମହାପାତ୍ର ଯୋଗ ଦେଇ ରାୟଗଡ ଜିଲ୍ଲାରେ ତଫସିଲଭୁକ୍ତ ଜାତି ୧୪.୪୧ପ୍ରତିଶତ ଏବଂ ତଫସିଲଭୁକ୍ତ ଜନଜାତି ୫୬ପ୍ରତିଶତ ମୋଟ ୭୦ପ୍ରତିଶତ ଏହି ଦୁଇ ସଂପ୍ରଦାୟର ଲୋକଙ୍କ ରହୁଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଅନେକାଂଶ ପାଖରେ ଜମି ନାହିଁ ଓ ଏମାନଙ୍କର ଘରଡିହ ବି ନ ଥିବାରୁ ଏମାନେ ଭୂମିହୀନ ଓ ବାସହୀନ ।

Omkar Vasthu
Omkar Vasthu


ଜମିଜମା ସମସ୍ୟା ହିଁ ଏହି ଜିଲ୍ଳାର ମୁଖ୍ୟ ସମସ୍ୟା ହୋଇଥିବାରୁ କୃଷି ସଂପର୍କୀୟ ସମସ୍ତ ସରକାରୀ ଯୋଜନା ଏଠାରେ ମୂଲ୍ୟହୀନ ହୋଇଯାଉଛି ବୋଲି ମତପ୍ରକାଶ କରିଥିଲେ । ରାୟଗଡ ଜିଲ୍ଳା ପଦ୍ମପୁର ବ୍ଳକ ଅର୍ନ୍ତଗତ କୋଇଲିକୋଟା ଗାଁର ମୃତ ଜମିଦାର ପ୍ରକାଶ ସାହୁଙ୍କର ସିଲିଂ ବଳକା ପ୍ରାୟ ୧୪ଏକର ଜମି ସେହି ଗାଁର ୩୦ଭୂମିହୀନ ପରିବାର ଦୀର୍ଘଦିନରୁ ଦଖଲ କରିଛନ୍ତି । ବର୍ତମାନ ତାଙ୍କ ପୁଅ ରାଜୁ ସାହୁ ଦଲାଲ ଲଗାଇ ଦଖଲ କରିବାରେ ବିଫଳ ହେବାରୁ ନିଜେ ଟ୍ରାକ୍ଟ ନେଇ ଜୋର କରି ଦଖଲ କରିବାକୁ ଉଦ୍ୟମ କରିଥିଲେ । ସରକାରୀ ଜମିକୁ ନିଜ ରେକର୍ଡଭୁକ୍ତ ଜମି କହିବା ଆଳରେ ସବୁତକ ନିଜ ନାମରେ କରିବାକୁ ଅପଚେଷ୍ଠା କରୁଥିବା ଭଳି ଅନେକ ଉଦାହରଣ ଜିଲ୍ଳାରେ ଦେଖିବାକୁ ମିଳୁଛି ଏବଂ ଧୃତ ଜମିଦାର ଗୋଷ୍ଠୀ ମଠ, ଟ୍ରଷ୍ଟ, ମନ୍ଦିର, ବଗିଚା ଓ ନିଜ ସଂପର୍କୀୟଙ୍କ ନାମରେ ଶହ ଶହ ଏକର ଜମି ଲୁଚାଇ ରଖାଯାଇଥିବା ନେଇ ଜିଲ୍ଳା ସଂପାଦକ ଶ୍ରୀ ଗମାଙ୍ଗ ପ୍ରକାଶ କରିଥିଲେ । ସେହିଭଳି ଗୁଣପୁର ଓ ଗୁଡାରୀ ଅଂଚଳରେ ଲୋକଙ୍କ ଦଖଲରେ ଥିବା ସରକାରୀ ଜମି ଓ ରାୟଲପଦରେ ମୁନି ନାର୍ସୁଆଣି ପାଢୀଙ୍କ ୫୦ଏକର ସିଲିଂ ଜମି ଓ ମଠ ମନ୍ଦିର ନାମରେ ଲୁଚାଇ ରଖାଯାଇଥିବା ଶ୍ରୀ ଗମାଙ୍ଗ କହିଥିଲେ ଏବଂ ଏହାର ସରଜମିନ୍ ତଦନ୍ତ ପାଇଁ ଦାବି କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜଚୟ କମିଟି ସଭ୍ୟ ବୃନ୍ଦାବନ ବିଡିକା, ସମ୍ବରା ଶବର, ରାମଚନ୍ଦ୍ର ପ୍ରାସ୍କା ପ୍ରମୁଖ ଉପସ୍ଥିତ ରହିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.