ଲାଞ୍ଜିଗଡ଼ (ଦୁଃଖିଶ୍ୟାମ ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବନ୍ଧପାରି ଠାରେ କ୍ଲଷ୍ଟର ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷଣ ଫଳାଫଳ, ମୋ ସ୍କୁଲ୍, ୟୁଟ୍ୟୁବ ଶିକ୍ଷାଦାନ,ରେଡ଼ିଓ ପାଠଶାଳା, ବନମହୋତ୍ସବ ଓ ବୃକ୍ଷରୋପଣ,ଇକୋ କ୍ଳବ୍, ସେଫ୍ଟି ପ୍ଲେଜ୍, ସ୍ପୋର୍ଟସ ଗ୍ରାନ୍ଟ ଆଦି ବିଭିନ୍ନ ଅନୁଦାନର ସଠିକ ବିନିଯୋଗ ଓ ବିନିଯୋଗ ପ୍ରମାଣପତ୍ର ଦାଖଲ ଇତ୍ୟାଦି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ବୈଠକରେ ଲାଞ୍ଜିଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମଲୋଚନ ସୁନା ଅଧ୍ୟକ୍ଷତା କରିଥିବାବେଳେ ଆବାହକ ତଥା ବନ୍ଧପାରୀ ସିଆରସିସି ତ୍ରିନାଥଶ୍ୟାମ କୁମାର, ଶିକ୍ଷକ ମହେଶ୍ୱର ନାୟକ ଏବଂ ବନ୍ଧପାରି କ୍ଲଷ୍ଟରର ୧୭ଟି ସ୍କୁଲର ପ୍ରଧାନ ଶିକ୍ଷକ ତଥା ସହ ଶିକ୍ଷକମାନେ ଉପସ୍ଥିତ ଥିଲେ।