ବୈଷ୍ଣବଙ୍କୁ ଡ଼୍ରାଗନ୍ ଫଳ ଦେଲା ପରିଚୟ

● କୋଡ଼ିଏ ଡ଼େସମିଲରୁ ଆରମ୍ଭ ହେଇ ଏବେ ଏକ ଏକରରେ ଚାଷ

କଳାହାଣ୍ଡି, (ହେମନ୍ତ ସାହୁ): ଗତବର୍ଷ ଲକଡ଼ାଉନରେ ବିଦେଶୀ ଫଳ ଦେଇଚି ବଂଚିବାର ରାହା ଶିର୍ଷକରେ ଏକ ସଫଳ କାହାଣୀ ପ୍ରକାଶ ପାଇଥିଲା ଯୁବ ଡ଼୍ରାଗନ ଚାଷୀ ବୈଷ୍ଣବଙ୍କର । ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପରେ ଏହି ଖବର ଏତେମାତ୍ରାରେ ପ୍ରଚାର ପ୍ରସାର ହେବାରେ ଲାଗିଲା ଯେ,ତା ପରଠୁ ମିଡ଼ିଆର ଲମ୍ବା ଧାଡ଼ି ନିୟମିତ କିଛି ଦିନ ପାଇଁ ଲାଗିରହିଲା । କେବଳ ମିଡ଼ିଆ ନୁହେଁ, ନର୍ଲା ବିଧାନସଭା ସଦସ୍ୟ ଭୂପିନ୍ଦର ସିଂହ ନିଜେ ଏହି ଯୁବଚାଷୀଙ୍କୁ ସାକ୍ଷାତ କରିବା ସହିତ ତାଙ୍କୁ ଉତ୍ସାହିତ କରିଥିଲେ । ପରେ ଗୃହରାଷ୍ଟ୍ର ତଥା ଶକ୍ତି ଓ ଏମଏସଏମଇ ମନ୍ତ୍ରୀ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର ତାଙ୍କୁ ସାକ୍ଷାତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଡ଼୍ରାଗନ ଫଳ ନେଇଥିଲେ । କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ମଧ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ଯୁବଚାଷୀଙ୍କୁ ଦେଖାକରି ଥିଲେ । ତେବେ ୟା ମଧ୍ୟରେ ଏକବର୍ଷ ପ୍ରାୟ ବିତିଯାଇଛି ।

Omkar Vasthu
Omkar Vasthu


ବର୍ଷଟିଏ ପରେ ଯୁଗ ଡ଼୍ରାଗନ୍ ଚାଷୀଙ୍କ ପ୍ରଗତି ସଂପର୍କରେ ପଚାରିବୁଝିବା ବେଳେ ବୈଷ୍ଣବ କହିଥିଲେ,ଚାଷ କରି ଗୋଟିଏ ବର୍ଷ ବିତିଯାଇଥିଲେ ବି ମୋତେ କେହି ଜାଣିନଥିଲେ ଏବଂ ଦ୍ୱିତୀୟ ବର୍ଷ ଫଳ(ଗତବର୍ଷ) ଆସିଲା ବେଳକୁ ବିଭିନ୍ନ ଗଣ ମାଧ୍ୟମରେ। ଖବର ପ୍ରକାଶ ପାଇବା ପରେ ମୁଁ ଅପୂର୍ବ ସଫଳତା ପାଇଲି ଏବଂ ମୋର ମନୋବଳ ଦୃଢ ହେଇଥିଲା । ତା ପରେ ଆଉ ପଛକୁ ଫେରିନି,ଚଳିତ ବର୍ଷ ଏହି କୋଡ଼ିଏ ଡ଼େସମିଲର ଚାଷ କୁ ବଢାଇ ଏକଏକରରେ ଚାରା ଲଗାଇଛି । କୋଡ଼ିଏ ଡ଼େସମିଲ ରେ ପାଂଚଲକ୍ଷ ଆୟ ହେଉଥିବାବେଳେ ଏକ ଏକରରେ ପ୍ରତିବର୍ଷ ମୋର ତିରିଶ ଲକ୍ଷ ଆୟ ହେଇପାରିବ ବୋଲି କହିବା ସହିତ ତାଙ୍କ ପାଖରୁ ଚାରା ପ୍ରତି ଅଶୀ ଟଙ୍କା ଦରରେ ବଲାଙ୍ଗିର ୨୦୦ ଚାରା, ସୋନପୁର ୧୫୦ ଚାରା, ବରଗଡ଼ ୨୦୦ ଚାରା, ବେଲଖଣ୍ଡି ୧୦୦ ଚାରା, ଭବାନୀପାଟଣା ୧୦୦ ଚାରା, ଟିଟିଲାଗଡ଼ ୧୦୦ ଚାରରା, ବାଲିଗୁଡ଼ା ୨୦୦ଚାରା ଏବଂ ଭୁବନେଶ୍ୱରକୁ ୧୫୦ ଚାରା ଯାଇଛି । ଉକ୍ତ ଅଂଚଳରେ ଏହି ବିଦେଶୀ ଫଳ ଚାଷ ପାଇଁ ଯୋଉମାନେ ନେଇଛନ୍ତି ତାଙ୍କ ସମସ୍ତ ପ୍ରକାର ବୈଷୟିକ ସହାୟତା ପ୍ରଦାନ କରୁଛନ୍ତି ବୈଷ୍ଣବ, ଯାହା ତାଙ୍କୁ ଖୁବ୍ ଆନନ୍ଦ ଦେଉଛି ବୋଲି ପ୍ରକାଶ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଠାରେ ସୂଚନା ଥାଉ କି, ଡ଼୍ରାଗନ ଫଳ ଏକ ବିଦେଶୀ ଫଳ । ବିଦେଶରେ ଏହି ଫଳର ଚାହିଦା ଆକାଶଛୁଆଁ । ପ୍ରାୟ କିଲୋ ପିଛା ଦର ୫୦୦ଟଙ୍କା । ବିଦେଶରେ ଡ଼୍ରାଗନ ଫଳ ଖାଇବାକୁ ଭାରୀ ଭଲ ପାଆନ୍ତି ସେଠାକାର ଲୋକେ । ତେବେ ଧୀରେ ଧୀରେ ଭାରତର ବିଭିନ୍ନ ପ୍ରାନ୍ତରେ ବି ଡ଼୍ରାଗନ ଚାଷ ଆରମ୍ଭ ହେଇଥିବାବେଳେ ଛତିଶଗଡ଼, ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ରାଜ୍ୟରେ ଏହି ଡ଼୍ରାଗନ ଚାଷ ସଫଳ ହେଇଥିବାବେଳେ ସେଠାରେ କିଲୋପ୍ରତି ତିନିଶହରୁ ଚାରିଶହ ଟଙ୍କା ରେ ବିକ୍ରୀ ହେଉଛି । ତେବେ ଏହି ଚାଷ ଏବେ ଓଡ଼ିଶାରେ କିଛି ସ୍ଥାନରେ କରାଯାଇଥିଲେ ହେଁ ଅନେକେ ବିଫଳ ହେଇଥିବାର ଜଣାଯାଇଛି । କିନ୍ତୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ବମକ ପଂଚାୟତର ବାଙ୍କେଲ ଗାଁ ର ଗୌରାଙ୍ଗ ସାହୁଙ୍କ ଏକମାତ୍ର ପୁତ୍ର ଉଦ୍ୟମୀ ଯୁବକ ବୈଷ୍ଣବ ଚରଣ ସାହୁ ଗତ ଦୁଇ ବର୍ଷ ତଳେ ଏହି ଚାଷ କରି ସଫଳ ହେଇଥିବାର ଜଣାଯାଇଛି ।


ବୈଷ୍ଣବ କୌଣସି କାରଣବଶତଃ ମାଟ୍ରିକରେ ପାଠପଢାରେ ଡ଼ୋରି ବନ୍ଧା ହେବା ପରେ ପ୍ରଥମେ ପନିପରିବା ଚାଷ କରି ସଫଳ ହେଇଥିଲେ କିନ୍ତୁ ସେତିକିରେ ତାଙ୍କ ମନ ବୁଝିଲା ନାହିଁ । ବୈଷ୍ଣବ ପିଲାଟି ଦିନରୁ ଇସ୍କନ ଧର୍ମାବଲମ୍ବୀ । ମାଟ୍ରିକ ପରେ ପରେ ସେ ଇସ୍କନ ଭକ୍ତ ଭାବରେ ଦ୍ୱାରିକା ତୀର୍ଥ କରିବାକୁ ଯାଇ ସେଠାରେ ଡ଼୍ରାଗନ ଚାଷ ଦେଖିଥିଲେ । ଏହି ଫଳ ପ୍ରତି ତାଙ୍କର ଆସକ୍ତି ହେଇ ଉକ୍ତ ବଗିଚାର ମାଲିକଙ୍କ ସହିତ କଥା ବାର୍ତ୍ତା କରି ଡ଼୍ରାଗନ ଚାଷ ସଂପର୍କରେ ତାଲିମ ନେବା ଉଦ୍ଦେଶ୍ୟରେ ରହିଯାଇଥିଲେ । ସେଠାରେ ଅଢେଇବର୍ଷ ଡ଼୍ରାଗନ ଚାଷ ତାଲିମ ନେବା ପରେ ୨୦୧୮ ମସିହାରେ ସେଠାରୁ ପ୍ରତିଚାରାର ମୂଲ୍ୟ ୧୦୦ଟଙ୍କା ହିସାବରେ ୧୦୦୦ ଚାରା ସହିତ ଘରକୁ ଫେରିଥିଲେ । ନିଜ ଚାଷ ଜମିରେ ଏହି ଚାଷ ପାଇଁ କୋଡ଼ିଏ ଡ଼େସିମିଲ ଜାଗାରେ ସ୍ୱତନ୍ତ୍ର ବ୍ୟବସ୍ଥା,ଯଥା ଡ଼୍ରିପ୍ ବ୍ୟବସ୍ଥା(ଗୋଟିଏ ଏକର ଡ଼୍ରିପ ବ୍ୟବସ୍ଥାର ଖର୍ଚ୍ଚ ୧ଲକ୍ଷ ୩୦ ହଜାର ଟଙ୍କା) ସହିତ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥାକ୍ରମରେ ସିମେଂଟ ପିଲର(ଖର୍ଚ୍ଚ ୪୦ହଜାର) ସହିତ ଜମିକୁ ବାଡ଼ ତିଆରି କରାଯାଇ ଚାଷ ଆରମ୍ଭ କରାଯାଇଥିଲା । ପ୍ରଥମ ବର୍ଷ ଗଛରେ ଠିକ ଭାବରେ ଫଳ ହେଇନଥିବାବେଳେ ଦୁଇବର୍ଷ ପରେ ଏହି ଗଛର ଫଳ ଠିକ ଭାବରେ ବାହାରିଥାଏ । ବିଦେଶରେ ଏହାର କିଲୋ ପିଛା ଦର ୫୦୦ ଥିବାବେଳେ ଓଡ଼ିଶା ବାହାରେ ୩୦୦ରୁ ୪୦୦ଟଙ୍କା ମଧ୍ୟରେ ବିକ୍ରୀ ହେଉଛି,ଏବେ ବୈଷ୍ଣବ କିନ୍ତୁ କିଲୋ ପ୍ରତି ୩୦୦ଟଙ୍କା ଦରରେ ବିକ୍ରୀ କରୁଥିବା ଆମ ପ୍ରତିନିଧିଙ୍କ ଆଗରେ ପ୍ରକାଶ କରିଛନ୍ତି । ତେବେ ଏହି କୋଡ଼ିଏ ଡ଼ିସମିଲ ଜାଗାରେ ୧୦୦୦ ଗଛରୁ ଏବେ ୭୦୦ ଗଛ ଉନ୍ନତମାନର ହେଇଥିବ ସହିତ ଫଳ ଦେଉଥିବାବେଳେ ଚଳିତବର୍ଷ ଗୋଟିଏ ଏକରରେ ଜାଗାରେ ଡ଼୍ରାଗନ ଗଛର କଲମୀକରଣ କରି ପ୍ରାୟ ୩୦୦୦ ଚାରା ରୋପଣ କରିଛନ୍ତି । ଏବେ ଅଂଚଳରେ ବୈଷ୍ଣବ ଏହି ଡ଼୍ର୍ରାଗନ ଚାଷ ପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇ ପାରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.