ପଲ୍ଲୀ କବି ନରେନ୍ଦ୍ର ବରିହାଙ୍କ ଦଶାହ ଦିବସରେ ଶୋକସଭା

କୋକସରା: ପଲ୍ଲୀ କବି ନରେନ୍ଦ୍ର ବରିହାଙ୍କ ଗତ ୧୬ ତାରିଖ ଦିନ ଅସୁସ୍ଥ ଯୋଗୁଁ ବିଶାଖା ପାଟଣାର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ବରିହାଙ୍କ ଜନ୍ମସ୍ଥାନ ଧର୍ମଗଡ଼ ବ୍ଲକ ତାରାପୁର ପଞ୍ଚାୟତ କର୍ଲାକୋଟ ଗାଁ। ଏ ଅସମୟରେ ତାଙ୍କ ବିୟୋଗ ଯୋଗୁଁ ଅଞ୍ଚଳ ବାସୀ ତଥା ପରିବାର ବର୍ଗ ଶୋକାକୁଳ ପରିବେଶରେ ଅଛନ୍ତି। ସ୍ବର୍ଗତ ବରିହା ଏକା ଧାରରେ ଜଣେ ଲୋକ କବି, ହାସ୍ୟ କବି ଭାବରେ ଅଞ୍ଚଳରେ ବହୁତ ସୁନାମ ପାଇ ବିଭିନ୍ନ ଅନୁଷ୍ଠାନ ଓ କଲାହାଣ୍ଡି ଉତ୍ସବ ଭଲି ମଞ୍ଚ ମାନଙ୍କରେ ସଂମ୍ମାନିତ ହୋଇ ପ୍ରଶଂସା ପତ୍ର ପାଇ ସରକାରଙ୍କ କଳାକାର ଭତା ମଧ୍ୟ ପାଉଥିଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna
(file pic)

ଯାଦବ ସମାଜର ଜଣେ ସୁସଙ୍ଗଠକ ଭାବରେ କାର୍ଯ୍ୟ କରି ସମାଜ ର ଉନ୍ନତି ଦିଗରେ ସର୍ବଦା ଚେଷ୍ଟିତ ଥିଲେ। ଆଜି ତାଙ୍କ ଦଶାହ କାର୍ଯ୍ୟରେ ଉତ୍କଳ ଯାଦବ ମହାସଭାର ସଦସ୍ୟ ଧନେଶ୍ୱର ଭାଟି, ସଂସ୍କୃତି ଗବେଷକ ସିମାଞ୍ଚଳ ନାଗ, ଅଭିମନ୍ୟୁ ଗୋପାଳ ସହ ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଦେଇ ପରିବାର ବର୍ଗ ଙ୍କୁ ସମବେଦନା ଜଣେଇ ଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.