ବ୍ୟର୍ଥ ନଯାଉ ବଳିଦାନ, ଶାସ୍ତି ପାଉ ପାକିସ୍ତାନ : ଚିଆଁପଦର ଗାଁରେ ସହିଦ ଯବାନଙ୍କ ପ୍ରତି ଗଭିର ଶ୍ରଦ୍ଧାଞ୍ଜଳୀ ; ଜଳିଲା ମାଟିଦୀପ

କଳାହାଣ୍ଡି : ପୁଲୱାମା ଠାରେ ଆତଙ୍କବାଦୀଙ୍କ ଆତ୍ମଘାତି ଆକ୍ରମଣକୁ ତିବ୍ର ବିରୋଧ କରିବା ସହ ସହିଦ ଯବାନ ମାନଙ୍କୁ ଗଭିର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଉଛି । ଗାଁ ଠାରୁ ସହର ସବୁଠି ଗୋଟିଏ କଥା ବୀର ଜବାନ ମାନଙ୍କ ପ୍ରାଣ ବଳୀର ଉଚିତ ଜବାବ ଦିଆଯାଉ । ସରକାର ମଧ୍ୟ ପାକିସ୍ତାନ ଉପରେ କଟକଣା ଲଗାଇବା ଆରମ୍ଭ କରି ଦେଇଛନ୍ତି । ଭାରତୀୟ ସେନାଙ୍କ ଉପରେ ମଧ୍ୟ ସମସ୍ତଙ୍କ ଅତୁଟ ଭରସା ଅଛି । ଦେଶ ସାରା ସହିଦ ଯବାନ ମାନଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଚିଆପଦର ଗାଁରେ ମଧ୍ୟ ଅମର ବୀର ଯବାନଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି ଶ୍ରଦ୍ଧାଞ୍ଜଳୀ ସଭା । କଳାହାଣ୍ଡିର ପ୍ରଥମ ଲୋକସଭା ସାଂସଦ ଗିରିଧାରୀ ଭୋଇଙ୍କ ଦାୟାଦ ମାନେ ସହିଦ ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମାଟି ଦୀପ ଜାଳି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.