ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଂଜାମ ଜ଼ିଲ୍ଲା ପୁରୁଷୋତ୍ତମପୁର ରେ ନୂତନ ଏସ ଡି ପି ଓ ଭାବେ ଦାଇତ୍ୱ ନେଇଛନ୍ତି ଡା. ଦୀପକ କୁମାର ମିଶ୍ର | ସେ ପୂର୍ବରୁ ଗଂଜାମ ଜ଼ିଲ୍ଲାର ପୁରୁଷୋତ୍ତମ ପୁର ଥାନାରେ ଓ଼ଆଇସି ଭାବେ 2008 /O9, ମସିହାରେ କାର୍ଯ୍ୟ କରି ଅପରାଧି ମାନଙ୍କ ମନରେ ଭୟ ସୃଷ୍ଟି କରିପାରି ଥିଲେ | ସେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଥାନାରେ କାର୍ଯ୍ୟରତ ହୋଇ ଅପରାଧୀମାନଙ୍କୁ ସାବାଡ କରାଇ ବହୁ ଚର୍ଚିତ ହୋଇ ଥିଲେ | ତାଙ୍କରି ମୁଖ୍ୟ ଲକ୍ଷ୍ୟ ଥିଲା ଅଞ୍ଚଳ ରେ ଶାନ୍ତି ପ୍ରତିଷ୍ଠା ସହ,ମହିଳା ଓ ଜନ ସାଧାରଣ ଙ୍କୁ ଉତ୍ତମ ନ୍ୟୟ ଓ ସୁରକ୍ଷା ପ୍ରଦାନ କରିବାରେ ସେତେବେଳେଡ଼ଃ ମିଶ୍ର ସମର୍ଥ ହୋଇ ଥିଲେ | ତେବେ ବହୁବର୍ଷ ପରେ ଆଜି ପୁରୁଷୋତ୍ତମପୁର ସହର ରେ ନୂତନ ଏସ୍ଡ଼ିପିଓ ଭାବେ ଯୋଗ ଦେଇଛନ୍ତି | ନୂତନ ସାମ୍ବାଦିକ ସଂଘକର୍ମ କର୍ତ୍ତା ଓ ସଦସ୍ୟ ଙ୍କ ତରଫରୁ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ | ଡା. ଦୀପକ କୁମାର ମିଶ୍ର ତାଙ୍କ ମନ୍ତବ୍ୟରେ କହିଥିଲେ ଯେ ଆଇନ ଅନୁଯାୟୀ ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ନାରୀ ମାନଙ୍କର ସୁରକ୍ଷା କୁ ସେ ଗୁରୁତ୍ୱ ଦେବେ ବୋଲି ମଧ୍ୟ କହିଥିଲେ | କୌଣସି କ୍ଷେତ୍ର ରେ କିମ୍ବା କାହାର ଚାପରେ ଅପରାଧୀକ ବ୍ୟକ୍ତି ବିଶେଷଙ୍କୁ ସହଯୋଗ କରାଯିବ ନାହିଁ ବୋଲି ସେ କହିଛନ୍ତି | ଏହାସହ ଆଗକୁ ମା ତାରା ତାରିଣୀ ଙ୍କ ଚୈତ୍ର ମଙ୍ଗଳ ବାର ଯାତ୍ରା କିପରି ଶାନ୍ତି ଶୃଙ୍ଖଳା ସହ ସରିବ ସେଥିରେ ସମସ୍ତଙ୍କ ସହଯୋଗ ଦରକାର ବୋଲି କହିଥିଲେ | ତେବେ ଥାନାର ନୂତନ ଆଇଆଇସି ଏବଂ ଏସ୍ଡ଼ିପିଓ ଙ୍କ ଯୋଗଦାନ ନିଶ୍ଚିତ ଭାବେ ଅପରାଧୀ ମାନଙ୍କ ହୃଦୟରେ ସ୍ପନ୍ଦନ ବଢ଼େଇ ଦେଇଥିବାର ଜଣା ପଡିଛି | କିନ୍ତୁ ସେମାନଙ୍କ କହିବା କଥା ଅପରାଧରାସ୍ତା ଛାଡିସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ଭଲ କାମ କରି ଲୋକଙ୍କ ସେବାକରିବାକୁ ସେମାନେ ପରାମର୍ଶ ଦେଇ ଛନ୍ତି |