ମାଟିଲଗ୍ନା ସାହିତ୍ୟ ସଂସଦର ପ୍ରଥମ ରାଜ୍ୟ ସ୍ଥରୀୟ ବାର୍ଷିକ ଉତ୍ସବ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲା ଜୟପୁର ପାରାବେଡା ସ୍ଥିତ ବିଜୟ ନାରାୟଣ ସଭାକକ୍ଷରେ ସ୍ୱାଭିମାନ ଅଂଚଳ ମାଲକାନଗିରି ଜିଲ୍ଲାର ସୁପ୍ରତିଷ୍ଠିତ ସାହିତ୍ୟିକ ଅନୁଷ୍ଠାନ ମାଟିଲଗ୍ନା ସାହିତ୍ୟ ସଂସଦର ରାଜ୍ୟ ସ୍ଥରୀୟ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମାଟିଲଗ୍ନା ସାହିତ୍ୟ ସଂସଦ କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ଯଜ୍ଞେଶ୍ୱର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ପ୍ରତିଷ୍ଠାତା ମାଟିଲଗ୍ନା ସାହିତ୍ୟ ସାଂସଦ ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନ, ମୁଖ୍ୟବକ୍ତା ଭାବେ ବାଗ୍ମୀ ଡ.ଗଙ୍ଗାଧର ନନ୍ଦ, ସମ୍ମାନିତ ଅତିଥି ଭାବେ ବୈଦିକ ସାହିତ୍ୟର ପ୍ରବକ୍ତା ଶ୍ରୀ ନଳିନୀ ରଞ୍ଜନ ମିଶ୍ର, ଲକ୍ଷ୍ମୀପୁର ବ୍ଳକ ସଭାପତି ଡ. ମହାଦେବ ଶତପଥୀ ଏବଂ ଶ୍ରୀ ବିଜୟ ନାରାୟଣ ପାତ୍ର ଯୋଗଦାନ କରି ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ମାଟିଲଗ୍ନା ସାହିତ୍ୟ ସଂସଦର ଭୂମିକାକୁ ଉଚ୍ଚ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମାଟିଲଗ୍ନା ସାହିତ୍ୟ ସଂସଦ କୋରାପୁଟ ଜିଲ୍ଲା ସମ୍ପାଦକ ଶ୍ରୀ ସୂର୍ଯ୍ୟ ନାରାୟଣ ସାବତ ସ୍ୱାଗତ ଭାଷଣ ଓ ଅତିଥି ନିମନ୍ତ୍ରଣ କରିଥିଲା ବେଳେ ପୁଷ୍ପାଞ୍ଜଳି ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ରାଜ୍ୟ ମହିଳା ମଂଚ ପରିଚାଳିକା ଶୋଭାଗିନୀ ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଦ୍ଵିତୀୟ ଅଧିବେଶନରେ ମାଟିଲଗ୍ନା ସାହିତ୍ୟ ସାଂସଦ କୋରାପୁଟ ଜିଲ୍ଲା ଉପସଭାପତି ଶ୍ରୀ ବିଜୟ ନାରାୟଣ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ କବିତା ପାଠ ଉତ୍ସବରେ ସମ୍ମାନିତ ଅତିଥିଭାବେ ଶୋଭାଗିନୀ ନନ୍ଦ ଓ ରାଜେଶ୍ୱରୀ ନନ୍ଦ ଉପସ୍ଥିତ ଥିବା ବେଳେ କବିତା ଗୁଡିକ ସଂଯୋଜନା କରିଥିଲେ କବି ଅଶୋକ ମହାରଣା ଓ କବୟିତ୍ରୀ ପୁଷ୍ପାଞ୍ଜଳି ସାହୁ । କୋରାପୁଟ ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ପ୍ରମୋଦ କୁମାର ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ହୋତା, ଚନ୍ଦ୍ରମଣି ବାରିକ, ଅନନ୍ତ ବିଜୟ ଧୀବର, ଅବିନାଶ ସାନ୍ତ୍ରାପାତ୍ର, ବୈରାଗୀ ଚରଣ ସାହୁ, ଶ୍ରୀମତୀ କବିତା ସାହୁ, ବୋରିଗୁମ୍ମା ବ୍ଳକ ସଭାପତି ଶୁଧାଂଶୁ ଶେଖର ପଟ୍ଟନାୟକ, ଶ୍ରୀମତି ଭାବଚନ୍ଦ୍ରିକା ଦେବୀ, ଓଁ ପ୍ରକାଶ ସାହୁ, ଅଶୋକ ପୋଲେଇ, ନୃସିଂହ ପ୍ରସାଦ ଷଡଙ୍ଗୀ, ପୁଷ୍ପାଞ୍ଜଳି ସାହୁ, ନିବେଦିତା ଶତପଥୀ ପ୍ରମୁଖ କବି କବୟିତ୍ରୀ ଗଣ କବିତା ପାଠ କରିଥିଲେ । ଏଭଳି ଅଭିନବ କାର୍ଯ୍ୟର ସଫଳ ରୂପାୟନ ପାଇଁ ଅନୁଷ୍ଠାନର ସଭାପତିଙ୍କୁ ଧନ୍ୟବାଦ ଓ ଅଭିନନ୍ଦନ ଅର୍ପଣ କରି କାର୍ଯ୍ୟକ୍ରମର ସମାପନ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.