ଅଜଣା ବିଷାକ୍ତ ଜୀବ କାମୁଡାରେ ୧୪ ମାସର ଶିଶୁ କନ୍ୟା ମୃତ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଳକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ମଧୁପୁର ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସୋମବାର ରାତିରେ ନିଜ ବାପାଙ୍କ ସହିତ ସୋଇଥିବା ବେଳେ କୈାଣସି ଏକ ଅଜଣା ସରିସ୍ରୁପ କାମୁଡାରେ ମଧୁପୁର ଗାଁର ମିଥୁନ ପରାଭୋଇଙ୍କ ୧୪ ମାସର ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳୁ ଶିଶୁ କନ୍ୟାଟି ଅସୁସ୍ଥ ହୋଇପଡିବାରୁ ତାକୁ ମେଡ଼ିକାଲକୁ ନନେଇ ସନ୍ଦେହରେ ବିଭିନ୍ନ ଝଡା ଫୁଙ୍କା ପାଇଁ ପରିବାର ଲୋକେ ଉଦ୍ୟମ କରିଥିଲେ। ଝଡ଼ା ଫୁଙ୍କା ପରେ କୌଣସି ସୁଫଳ ନମିଳିବା ଯୋଗୁଁ ବହୁ ବିଳମ୍ବରେ ଶିଶୁଟିକୁ ନେଇ ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।କିନ୍ତୁ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ମଙ୍ଗଳବାର ସନ୍ଧ୍ୟାରେ ମେଡ଼ିକାଲଠାରୁ ମଧୁପୁର ଗାଁକୁ ଖବର ପହଞ୍ଚୀବା ପରେ ଗାଁରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ମିଥୁନ ପରାଭୋଇ ଜଣେ ଗରିବ ଏବଂ ଅସହାୟ ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ଶିଶୁ କନ୍ୟାଟିର ମୃତ୍ୟୁ ଘଟିବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ତେବେ କୈାଣସି ଏକ ଅଜଣା ସରିସ୍ରୃପ କିମ୍ବା ସାପ ଭଲି ଜୀବ କାମୁଡ଼ି ଦେଇଥିବାରୁ ତାଙ୍କ ଝିଅର ମୃତ୍ୟୁ ଘଟିଥିବା ଜଣା ପଡୁଛି। ଝିଅକୁ ଝଡା ଫୁଙ୍କା ନକରି ଚିକିତ୍ସା କରିଥିଲେ ସେ ସୁସ୍ଥ ହୋଇପାରିଥାନ୍ତା ବୋଲି ଅଞ୍ଚଳ ଲୋକେ ମତ ପ୍ରକାଶ କରିଛନ୍ତି। ଏଣୁ କୈାଣସି ଅଜଣା ଜୀବ କିମ୍ବା କୌଣସି ମାପ କାମୁଡ଼ିଲେ ଲୋକେ ଝଡା ଫୁଙ୍କା ନକରି ଡାକ୍ତରଖାନା ନେଇ ଡାକ୍ତରଙ୍କ ସହାୟତା ନେବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି।

Omkar Vasthu
Omkar Vasthu

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.