ସ୍ୱାଗତ ITC ଠାରେ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ ଶିବିର

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଓଡିଶା ସରକାରଙ୍କ ଶିଳ୍ପ ନିର୍ଦେଶାଳୟ ଦ୍ୱାରା ପ୍ରାୟୋଜିତ ଏବଂ ଶିଳ୍ପଦ୍ୟୋଗୀ ବିକାଶ ପ୍ରତିଷ୍ଠାନ ଭୁବନେଶ୍ୱର ଦ୍ୱାରା ଆୟୋଜିତ ଏକ ୨ ସପ୍ତାହ ବ୍ୟାପୀ ଶିଳ୍ପାଦ୍ୟୋଗୀ ବିକାଶ ତାଲିମ, ଭବାନୀପାଟଣା ସ୍ଥିତ ସ୍ୱାଗତ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଉଦଘାଟିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଶିଳ୍ପ କେନ୍ଦ୍ରର ସହାପ୍ରବନ୍ଧକ ସମ୍ପଦ ନାୟକ ମୁଖ୍ୟ ଅତିଥି ଭାବେ ଗଣେଶ ପୂଜନ ପରେ ଉଦଘାଟନ କରିଥିଲେ। ଭୁବନେଶ୍ୱରରୁ ଜି. ଏନ. ଭୋଳ ପ୍ରୋଗ୍ରାମ ଅଫିସର ଆଇଇଡି ଓଡିଶା ଉପସ୍ଥିତ ରହି କାର୍ଯ୍ୟକ୍ରମ ବିଷୟରେ ଉପସ୍ଥାପନ କରିଥିଲେ। ଉଦଘାଟନ କାର୍ଯ୍ୟକ୍ରମରେ ସଂଯୋଜକ ହିମାଂଶୁ ଶେଖର ପ୍ରଧାନ, ସ୍ୱାଗତ ଆଇ.ଟି.ସି.ର ଅଧ୍ୟକ୍ଷା ପ୍ରୀତି ପଟ୍ଟନାୟକ ଏବଂ ନିର୍ଦ୍ଦେଶକ ପ୍ରଦୀପ କୁମାର ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦୁଇ ସପ୍ତାହଵ୍ୟାପୀ ଏହି କାର୍ଯ୍ୟକ୍ରମରେ ତିରିଶ ଜଣ ଯୁବକ ଯୁବତୀ ଭାଗ ନେଇଛନ୍ତି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.