କେସିଙ୍ଗା, ୨୫|୮ (ବର୍ଦ୍ଧମାନ ଜୈନ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ବୋରିଂପଦର ନିକଟ ଜାତୀୟ ରାଜପଥ ୨୬ ଉପରେ ଆଜି ଏକ ଠେଲାରେ ଜଣେ ବାଇକ ଚାଳକ ପିଟିହୋଇ ଯିବାରୁ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଖବର ପାଇ ଘଟଣାସ୍ଥଳରେ କେସିଙ୍ଗା ପୋଲିସ ପହଂଚି ବାଇକ ଚାଳକଙ୍କୁ ଆମ୍ବୁଲାନ୍ସ ଯୋଗେ କେସିଙ୍ଗା ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଇଛି।ପୋଲିସ ବାଇକ ଜବଦ କରି ତଦନ୍ତ ଚଳାଇଛି। ବାଇକ ଚାଳକ ଜଣକ କେସିଙ୍ଗା ବ୍ଲକ ଗୁରୁଜୀମୁଣ୍ଡା ଗାଁର ବୋଲି ପୋଲିସ କହିଛି।