କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଜିଲ୍ଲା ଯୁବ ରେଡକ୍ରସ କାର୍ଯ୍ୟକାରିଣୀ ବୈଠକ

କଳାହାଣ୍ଡି, ୨୫|୮ (ଲିଙ୍ଗରାଜ ମିଶ୍ର): ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ସହାୟତାରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଜିଲ୍ଲା ଯୁବ ରେଡକ୍ରସ କାର୍ଯ୍ୟକାରିଣି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକକୁ ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶିକା ଡ. ପ୍ରଭାବତୀ ଗୁରୁ  ଉଦଘାଟନ କରିଥିଲେ। ରାଜ୍ୟ ଯୁବରେଡକ୍ରସ ଅଧିକାରୀ ଡ.ଅଜୟ କୁମାର ତ୍ରିପାଠୀ ମୂଖ୍ୟ ଅତିଥି, କନିଷ୍ଠ ରେଡକ୍ରସ ଅଧିକାରୀ ଲକ୍ଷ୍ମଣ କୁମାର ସ୍ବାଇଁ ଓ ଜିଲ୍ଲା କୋଭିଡ ପରିଚାଳନା ଅଧିକାରୀ ଡ. ନିହାରେନ୍ଦ୍ର ପଣ୍ଡା ସମ୍ମାନୀତ ଅତିଥିଭାବେ ଯୋଗ ଦେଇଥିଲେ।ଜିଲ୍ଲା ଯୁବରେଡକ୍ରସ ଆବାହକ ସଂପାଦକ ସଂଜିବ କୁମାର ସାହୁ ସ୍ବାଗତ ଭାଷଣ ଓ ସଭାର ଉଦେଶ୍ୟ ଜ୍ଞାପନ କରିଥିଲେ। ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡା ଚଳିତ ବର୍ଷର କାର୍ଯ୍ୟକ୍ରମ ଯୋଜନାର ରୁପରେଖ ଉପସ୍ଥାନା କରିଥିଲେ। ଡ.ରାଧାରାଣୀ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଉପକୁଳ ସଚିବ କ୍ୟାପଟେନ ଜୟଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଚଳିତ ବର୍ଷ ଦଶଗୋଟି ସଙ୍କୁଳ ସ୍ତରୀୟ ଶିବିର ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ତେର ଜଣ ଯୁବ ବାହିନୀ ଗୋଷ୍ଠି ବ୍ଳକ ସଂଯୋଜକ ସୁବ୍ରତ କୁମାର ବେହେରା, ରଜନୀକାନ୍ତ ଜେନା, ବିଶ୍ବ ରଂଜନ ବେହେରା, ସରୋଜ କୁମାର ପଣ୍ଡା, ମାନସ ପଣ୍ଡା, ବିଭୂତି ପଟ୍ଟନାୟକ, ସରୋଜ ପାଟ୍ଟଯୋଷୀ,ଅଗସ୍ତି ସୁନାନୀ, ସୁଶିଳ ଶତପଥୀ, ସୁଧାଂଶୁ ଷଡଙ୍ଗୀ, ସରୋଜ କୁମାର ପରିଡା, ସୁବୋଧ ଶତପଥୀ, ସୁଦର୍ଶନ ପାତ୍ର ସମେତ ଚାରି ଜଣ ଜିଲ୍ଲା ସ୍ତରୀୟ ଉପସଂଯୋଜକ ଯୁବ ବାହାନୀ ପାଇଁ କ୍ୟାପଟେନ ଭବାନୀଶଙ୍କର ପଣ୍ଡା, ରକ୍ତଦାନ ଶିବିର ପାଇଁ ସୁଧିର କୁମାର ପଣ୍ଡା, ବିପର୍ଯ୍ୟୟ ପରିଚାଳନା ପାଇଁ ସଂଜୟ କୁମାର ପୁରୋହିତ ଓ ପ୍ରାଥମିକ ଚିକିତ୍ସା ପାଇଁ ମୋହନ ଚରଣ ବିଷିଙ୍କୁ ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ଅର୍ପଣ କରିଥିଲେ।ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ନବେ ଜଣ ଅଧ୍ୟକ୍ଷ ଓ ଯୁବରେଡକ୍ରସ ପରାମର୍ଶଦାତା ଯୋଗଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.