ରାୟଗଡ, ୨୯|୮ (ଶିବ ନାରାୟଣ ଗୈାଡ): ଜାତୀୟ କ୍ରୀଡା ଦିବସ ପାଳନ ଉପଲକ୍ଷେ ଆଜି ରାୟଗଡ ଜିଲ୍ଲା ମାରୱାଡି ଯୁବ ମଞ୍ଚ ପକ୍ଷରୁ ମା ମଝିଘରିଆଣୀ ମନ୍ଦିର ଠାରେ “ସାଇକ୍ଳୋଥନ” ନାମରେ ଏକ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ସମ୍ମାନୀତ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରତାପଚନ୍ଦ୍ର ପ୍ରଧାନ ଓ ଜିଲ୍ଲା କ୍ରୀଡା ଅଧିକାରୀ ସେଖ ଆଲେନୁର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ ।
ଆୟୋଜିତ ସାଇକେଲ ରାଲି’ଟି ସ୍ଥାନୀୟ ମା ମଝିଘରିଆଣି ମନ୍ଦିର ପରିସରରୁ ବାହାରି ରିଂ ରୋଡ ପରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ହୋଇ କାଳୀପୂଜା ଛକ ନିକଟରେ ପହଞ୍ଚିଥିଲା । ପରେ ସେଠାରୁ ୩୨୬ ନମ୍ବର ଜାତୀୟ ରାଜପଥର ଓଭରବ୍ରିଜ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ହୋଇ ମା ମଝିଘରିଆଣି ମନ୍ଦିର ନିକଟରେ ପହଂଚି ରାଲି’ଟି ଶେଷ ହୋଇଥିଲା । କାର୍ଯ୍ୟକ୍ରମରେ ୭୦ଜଣ ସାଇକେଲ ଆରୋହୀ ଅଂଶଗ୍ରହଣ କରିଥିଲେ । ମାରୱାଡି ଯୁବ ମଞ୍ଚ ସଭାପତି ଅଜିତ ଜୈନ, ସମ୍ପାଦକ ଉଜ୍ଜଲ ଜୈନ, କୋଷାଧ୍ୟକ୍ଷ ବିନୟ ସିଙ୍ଘଲ, କ୍ରୀଡା ସଂଯୋଜକ କମଲ ମତନିଆ, ସଦସ୍ୟ ମାନକ୍ୟା ଜୈନ, ସୁରଜ ମତାନିଆ, ମନୋଜ ରଥିଙ୍କ ସମେତ ପରମା ଜୈନ ଓ ଆନନ୍ଦ ଜୈନ ପ୍ରମୁଖ ଉପସ୍ଥିତ ଥିଲେ ।