ରାୟଗଡ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ କର୍ମକର୍ତ୍ତା ନିର୍ବାଚିତ

ରାୟଗଡ,୨୯|୮ (ଶିବ ନାରାୟଣ ଗୈାଡ): ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ତରଫରୁ ରାୟଗଡା ଜିଲ୍ଲା ଶାଖା କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଦ୍ୟୁତ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ନିର୍ବାଚନରେ ରାଜ୍ୟ ସଂଙ୍ଘ ମହାସଚିବ ଅମିୟ କୁମାର ଦାସ, ଉପସଭାପତି ସଙ୍ଗିତା ଦାଶଙ୍କ ଉପସ୍ଥିତିରେ ରାଜ୍ୟ ଆଞ୍ଚଳିକ ସଂମ୍ପାଦକ ସୁରେନ୍ଦ୍ର କୁମାର କୁଳଦୀପ ନିର୍ବାଚନ ପରିଚାଳନା କରିଥିଲେ । କୋରାପୁଟ ଜିଲ୍ଲା ସଙ୍ଘ ସଂମ୍ପାଦକ ରାଜେନ୍ଦ୍ର ସାହୁ ଓ ନବରଙ୍ଗପୁର ଜିଲ୍ଲା ସଙ୍ଘ ସଂମ୍ପାଦକ ରମଣୀ ରଞ୍ଜନ ତ୍ରିପାଠୀ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ । ରାୟଗଡା ଜିଲ୍ଲା ପ୍ରାଥମିକ ଶିକ୍ଷା ସଙ୍ଘ ସଭାପତି ଭାବେ ଅଜିତ କୁମାର ଚୈାଧୁରୀ, ଉପସଭାପତି ଭାବେ ଦୀପକ କୁମାର ରାଉତ, ଉପ ସଭାନେତ୍ରୀ ବି.ସୁଜାତା, ସାଧାରଣ ସଂମ୍ପାଦକ-ନିଳାଞ୍ଚଳ ମିଶ୍ର, ସଗଠନ ସଂମ୍ପାଦକ ମହେନ୍ଦ୍ର ବାଗ ନିର୍ବାଚିତ ହୋଇଥିବା ବେଳେ ଅଞ୍ଜଳୀ କୁମାର ଶତପଥି, ପ୍ରବୀଣ କୁମାର ରଥ, ନରସିଂହ ପ୍ରସାଦ ମିଶ୍ର ଓ ସୋମନାଥ ଗରଡା ଯୁଗ ସଂପାଦକ ରୂପେ ଏବଂ କୋଷାଧ୍ୟକ୍ଷ ନିଳାଚଳ ପଣ୍ଡା, ଜିଲ୍ଲା ସଂଯୋଜକ ରୂପେ ସାନନ୍ଦ କୁମାର ବେନିଆ ନିର୍ବାଚିତ ହୋଇଛନ୍ତି । ନିର୍ବାଚନରେ ପୂର୍ବତନ ରାଜ୍ୟ ଯୁଗ୍ମ ସଂମ୍ପାଦକ ଦାଶରଥି ରାଜଗୁରୁ, ସଭାପତି ଅନନ୍ତ ଚରଣ ରଥ, ସମ୍ପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ନିର୍ବାଚିତ କର୍ମକର୍ତ୍ତାଙ୍କୁ ରାଜ୍ୟ ସଂଙ୍ଘ ତରଫରୁ ଶପଥ ପାଠ କରାଯାଇଥିଲା । ନିର୍ବାଚିତ ସଦସ୍ୟଙ୍କୁ ବ୍ଲକର ସମସ୍ତ ଶିକ୍ଷକ ଓ କମକର୍ତ୍ତା ମାନଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.