ପୋଲକାମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ମୋ ସ୍କୁଲ କାର୍ଯକ୍ରମ

ଭବାନୀପାଟଣା, ୨୯|୮: ହେମନ୍ତ କୁମାର ମୁଣ୍ଡଙ୍କ ଆହ୍ୱାନ କ୍ରମେ ପୋଲକାମୁଣ୍ଡା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ଦ୍ୱାରା ମୋ ସ୍କୁଲ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହାକୁ ଗଣେଶ ଚନ୍ଦ୍ର ମୁଣ୍ଡ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲ। ଅକ୍ଷୟ ଖମାରୀ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ ମୋ ସ୍କୁଲ ଅଭିଯାନର ଜିଲ୍ଲା ସଂଯୋଜକ ସୁକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଯାନର ବିଭିନ୍ନ ଦିଗ ଓ ସୁଫଳ ଉପରେ ବିଶଦ ଆଲୋଚନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ପ୍ରଥମ ସଭାପତି ଗଣେଶ ଚନ୍ଦ୍ର ମୁଣ୍ଡଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ସେ ବିଦ୍ୟାଳୟ ସ୍ଥାପନ ସମୟର ଅଭିଜ୍ଞତା ସଂପର୍କରେ ଆଲୋକପାତ କରିଥିଲେ। କଳାହାଣ୍ଡି ଜିଲ୍ଲାଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ତାଙ୍କ ବାର୍ତ୍ତା ମାଧ୍ୟମରେ ଏହାର ସଫଳତା କାମନା ସହ ବିଦ୍ୟାଳୟର ସାମଗ୍ରିକ ବିକାଶ ଧାରାରେ ସାମିଲ ହେବାପାଇଁ ଆହ୍ବାନ କରିଥିଲେ। ପୂର୍ବତନ ଛାତ୍ର ବିଶିଷ୍ଟ ଆଇନଜୀବୀ ଓଡିଶା ସରକାରଙ୍କ ଅତିରିକ୍ତ ଓକିଲ ଧନଞ୍ଜୟ ମୁଣ୍ଡ ଏ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ରୂପେ ଗ୍ରହଣ କରିବା ଘୋଷଣା କରିବା ସହ ପ୍ରଥମ କିସ୍ତିରେ ୫୧୦୦୦ଟଙ୍କା ଆର୍ଥିକ ସହଯୋଗ ନିମନ୍ତେ ପ୍ରତିଶୃତି ଦେଇଥିଲେ।

Omkar Vasthu
Omkar Vasthu


ସମସ୍ତଙ୍କ ଅର୍ଥ, ଶ୍ରମ ସେବା ଦ୍ୱାରା ଏହା ଏକ ସବୁଜ ସୁନ୍ଦର ଏବଂ ଆଦର୍ଶ ବିଦ୍ୟାଳୟରେ ପରିଣତ ହୋଇ ପାରିବ ବୋଲି କହିଥିଲେ। ଏଥିରେ ପୁରାତନ ଛାତ୍ର ମାନଙ୍କ ଦ୍ୱାରା ୧୬୯୦୧ ଟଙ୍କା ଅର୍ଥ ରାଶି ସଂଗୃହିତ ହେବା ସହ ୬୯୦୦୦ ଟଙ୍କା ସହଯୋଗ ପାଇଁ ପ୍ରତିଶ୍ରୁତି ମିଳିଥିଲା। ୭୧ ବର୍ଷ ତଳେ ସ୍ଥାପିତ ବିଦ୍ୟାଳୟର ପ୍ରଥମ ବ୍ୟାଚର ପୁରାତନ ଛାତ୍ର ବିଧୁ ଭୂଷଣ ପଣ୍ଡା ଓ ଗହନ ବିହାରୀ ମୁଣ୍ଡଙ୍କୁ ସମ୍ମାନୀତ କରାଯାଇଥିଲା। କୋଭିଡ କଟକଣା ମାନି ୫୫ ଜଣ ଯୋଗ ଦେଇଥିଲେ। ବିଦ୍ୟାଳୟ ସଭାପତି ପ୍ରତାପ ରାଉତ, ପ୍ରଧାନ ଶିକ୍ଷକ ସୁବାସ ସାହୁ ଓ ସମସ୍ତ କର୍ମଚାରୀ, ଆଶ୍ଵିନ କୁମାର ମୁଣ୍ଡ, ପ୍ରବୀଣ କୁମାର ମୁଣ୍ଡ, ପ୍ରମିଲ କୁମାର ମୁଣ୍ଡ, ସୁଶୀଲ କୁମାର ମୁଣ୍ଡ, ସାଧୁ ଚରଣ ରାଉତ, ଅଜିତ ଖମାରୀ, ନବୀନ ମୁଣ୍ଡ ,ପ୍ରଦୀପ ଖମାରୀ, ରାଜ କୁମାର ବଗର୍ତ୍ତି , ସମ୍ବିତ ମୁଣ୍ଡ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.