ନର୍ଲା ମେଡିକାଲକୁ ଜାତୀୟ ସ୍ତରର ଗୁଣବତ୍ତା ସମ୍ପନ୍ନ ଡାକ୍ତରଖାନା କରିବା ପାଇଁ ପ୍ରସ୍ତୁତି ଆରମ୍ଭ

କଳାହାଣ୍ଡି,୨|୯ (ଲିଙ୍ଗରାଜ ମିଶ୍ର): କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ତଥା ରାଜ୍ୟ ସରକାରଙ୍କ ସହଯୋଗରେ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜାତୀୟ ସ୍ତରର ଗୁଣବତ୍ତା ସମ୍ପନ୍ନ ଡାକ୍ତରଖାନା କରି ଗଢି ତୋଳିବା ପାଇଁ ପ୍ରସ୍ତୁତି ପ୍ରକ୍ରୀୟା ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଅନେକ ଡାକ୍ତରଖାନା ଗୁଡିକ ମଧ୍ୟରେ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ୧୦ ବର୍ଷ ଆଗରୁ ସେତେଟା ଉନ୍ନତ ମାନର ନଥିଲା । ହେଲେ ଗତ ତିନି ବର୍ଷ ମଧ୍ୟରେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଜରିଆରେ ତିନି ବର୍ଷ ମଧ୍ୟରେ ଦୁଇ ଦୁଇ ଥର କାୟାକଳ୍ପ ଟିମ୍ ର ସର୍ବେକ୍ଷଣରେ ଜିଲ୍ଲାରେ ପ୍ରଥମ ସ୍ଥାନ ଗ୍ରହଣ କରି ସାରିଛି । ଏଥିପାଇଁ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ା. ସନତ କୁମାର ଶତପଥୀଙ୍କ ସମେତ ଡାକ୍ତରଖାନାର ସମସ୍ତ କର୍ମଚାରୀଙ୍କ ପ୍ରଚେଷ୍ଟା କ୍ରମେ ନର୍ଲା ଡାକ୍ତରଖାନା ସ୍ୱାସ୍ଥ୍ୟ ସେବା, ପରିଚ୍ଛନ୍ନତା ଓ ପାରିପାଶ୍ୱିର୍କ ଉନ୍ନତି କରଣ ଦିଗରେ ବେଶ ଆଗୁଆ ରହିଥିବା ଜିଲ୍ଲା ସ୍ତରରେ ଏକ ଅଗ୍ରଣୀ ଡାକ୍ତରଖାନା ର ମାନ୍ୟତା ପାଇ ସାରିଛି । ଗତ ୨୦୨୦ କୋଭିଡ ପରଠୁଁ ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଜିଲ୍ଲା ତଥା ରାଜ୍ୟ ସ୍ତରରେ ଏକ ଉନ୍ନତ ମାନର ଡାକ୍ତରଖାନା କରି ଗଢି ତୋଳିବା ପାଇଁ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ସନତ କୁମାର ଶତପଥିଙ୍କ ନେତୃତ୍ୱରେ ଗତ ଅପ୍ରେଲ ମାସରୁ ଜାତୀୟ ସ୍ତରର ଗୁଣବତ୍ତା ସମ୍ପନ୍ନ ଡାକ୍ତରଖାନା ଭବାରେ ପରିଣତ କରିବା ନିମନ୍ତେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ପ୍ରମୁଖ ଷ୍ଟାଫ୍ ବିପିଏମ୍ ସବୀର ପଧାନ, ପିଏଚ୍ଇଓ ବିମଳ ଚନ୍ଦ୍ର ଦୀପଙ୍କ ସମେତ ଡାକ୍ତରଖାନାର ଡାକ୍ତର ବୃନ୍ଦ ଓ ସମସ୍ତ କର୍ମଚାରୀ ଦିନରାତି ଲାଗି ସମସ୍ତ ଡକ୍ୟୁମେଣ୍ଟ ପ୍ରସ୍ତୁତିରେ ଲାଗି ପଡିଥିବା ଦେଖିବାକୁ ମିଳିଛି । ଏନକ୍ୟୁଏଏସ ମାନ୍ୟତା ପାଇବା ପାଇଁ ଯୋଗ୍ୟ ବିବେଚିତ ହେଲେ ନର୍ଲା ଡାକ୍ତରଖାନାର ଔଷଧ ଭଣ୍ଡାରର ଉନ୍ନତି, ଇମ୍ଫାଷ୍ଟ୍ରକ୍ଚର ଉନ୍ନୟନ, ଡାକ୍ତର ଓ ଷ୍ଟାଫ୍ ସଂଖ୍ୟା ବୃଦ୍ଧି, ଶଯ୍ୟା ସଂଖ୍ୟା ବୃଦ୍ଧି ଓ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଗଚ୍ଛିତ ରଖି ସ୍ୱାସ୍ଥ୍ୟସେବା ଯୋଗାଇବାରେ ସହାୟକ ହୋଇ ପାରିବ । ଏନକ୍ୟୁଏଏସ ପାଇଁ ସମସ୍ତ ଡକ୍ୟୁମେଣ୍ଟ ଅକ୍ଟୋବର ମାସ ଶେଷ ସୁଦ୍ଧା ସରକାରଙ୍କ ନିକଟରେ ଜମା ଦେବାକୁ ପଡିବ । ଏଥିପାଇଁ ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଶ୍ରୀ ଶତପଥିଙ୍କ ତରଫରୁ ନର୍ଲା ବିଧାୟକ ଭୁପିନ୍ଦର ସିଂ, ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ନର୍ଲା ବିଡିଓ ଯୁଧିଷ୍ଠିର ନାଏକ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପ୍ରମୁଖଙ୍କ ସହ ଯୋଗାଯୋଗ କରି ସେମାନଙ୍କ ଅନୁଦାନ ପାଣ୍ଠି ଡାକ୍ତରଖାନାରେ ବିନିଯୋଗ ପାଇଁ ମଧ୍ୟ ସ୍ୱିକୃତି ଅଣାଯାଇଥିବା ନର୍ଲା ବିପିଏମ୍ ସବୀର ପଧାନ ସୂଚନା ପ୍ରଦାନ କରିଛନ୍ତି ।

Omkar Vasthu
Omkar Vasthu


ମୋର ନର୍ଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା କାହିଁକି ରାଜ୍ୟ ସ୍ତରରେ ମଧ୍ୟ ଏକ ଜାତୀୟ ଗୁଣବତ୍ତା ସମ୍ପନ୍ନ ଡାକ୍ତରଖାନା କରି ଗଢିତୋଳିବା ଓ ଅଞ୍ଚଳର ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ମୋର ଏକ ମାତ୍ର ଲକ୍ଷ୍ୟ । ଏବଂ ମୋ ଡାକ୍ତରଖାନାର ସମସ୍ତ ଷ୍ଟାଫ୍ ଏଥିପାଇଁ ଯେଉଁଭଳି ପରିଶ୍ରମ କରୁଛନ୍ତି ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଆମେ ଲକ୍ଷ୍ୟ ସାଧନରେ ସଫଳ ହେବୁ ଏଥିରେ ତିଳେହେଳେ ସନ୍ଦେହ ନାହିଁ ବୋଲି ନର୍ଲା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଶ୍ରୀ ଶତପଥି ମତବ୍ୟକ୍ତ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.