କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସରେ ରକ୍ତଦାନ କଲେ  କୋକସରା ଡିଗ୍ରୀ ମହାବିଦ୍ୟାଳୟର ସ୍ବେଚ୍ଛାସେବୀ

କୋକସରା, ୨|୯ (ହିରଣ୍ୟ ବେହେରା): କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ କୋକସରା ଡିଗ୍ରୀ ମହାବିଦ୍ୟାଳୟର ସ୍ବେଚ୍ଛାସେବୀ ମାନେ ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ସୁବ୍ରତ କୁମାର ବେହେରା ଓ ମହିଳା ଯୁବ ରେଡକ୍ରସ ପରାମର୍ଶଦାତ୍ରୀ କନକ ବେହେରାଙ୍କ ତତ୍ତ୍ୱାବଧାନରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଭବାନୀପାଟଣା ଠାରେ ରକ୍ତଦାନ କରିଥିଲେ। ନିଜେ ଅଧ୍ୟାପକ ସୁବ୍ରତ କୁମାର ବେହେରା ରକ୍ତଦାନ କରିବା ସହ ସ୍ବେଛାସେବୀ ସେତୁରାମ ନାଏକ, ପଦ୍ମନାଭ ପାଣିଗ୍ରାହୀ, ମୋହନ ଧ.ମାଝୀ, ଗୁପ୍ତେଶ୍ୱର ନାଏକ, ଫାଲଗୁନ ପୁଝାରୀ, ସାହିଲ ଅଗ୍ରୱାଲ, ମନିଷା ଦାଶ, ଯାଜ୍ଞସେନୀ ସାହୁ, ସୁଶିଲ ରାଉତ ପ୍ରମୁଖ ରକ୍ତଦାନ କରିଥିଲେ।

Omkar Vasthu
Omkar Vasthu


ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଂଜୟ କୁମାର ଶତପଥୀ ରେଡକ୍ରସ ପରାମର୍ଶ ଦାତା ସୁବ୍ରତ କୁମାର ବେହେରାଙ୍କୁ ଉତ୍ତରୀୟ ଦେଇ ସମ୍ନାନୀତ କରିବା ସହ ସ୍ବେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡା, ଜିଲ୍ଲା ଆବାହକ ସଂପାଦକ ସଂଜୀବ କୁମାର ସାହୁ, ପରାମର୍ଶଦାତ୍ରୀ ଡ଼ଃ. ରାଧାରାଣୀ ନାୟକ, ପରାମର୍ଶଦାତା ରଜନୀକାନ୍ତ ଜେନା, ଭବାନୀ ଶଙ୍କର ପଣ୍ଡା, ସୁଧିର କୁମାର ପଣ୍ଡା, ମୋହନ ଚରଣ ବିଷି ପଞ୍ଚାୟତ ଡିଗ୍ରି ମହାବିଦ୍ୟାଳୟ କୋକସରାର ପରାମର୍ଶଦାତା ଓ ସ୍ବେଚ୍ଛାସେବୀ ମାନଙ୍କୁ ରକ୍ତଦାନ ପରି ମହାତ କାମରେ ସାମିଲ ହୋଇଥିବାରୁ ପ୍ରଶଂସା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.