ନର୍ଲା ଏବିଇଓଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି,୨|୯ (ଲିଙ୍ଗରାଜ ମିଶ୍ର): ନର୍ଲା ସହଶିକ୍ଷାଧିକାରୀ ସଚ୍ଚିଦାନନ୍ଦ ନାଏକଙ୍କୁ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ନର୍ଲା ଜୁନିୟର ଶିକ୍ଷକ ସଂଘ ତରଫରୁ ନର୍ଲାର ଅନ୍ୟତମ ସହ ଶିକ୍ଷାଧିକାରୀ ଜୟସେନ ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବ୍ଲକ୍ ଶିକ୍ଷାଧିକାରୀ ତପିମଣି ଜାନୀ, ନର୍ଲା ଶିକ୍ଷକ ସଂଘର ସଭାନେତ୍ରୀ ଦୀପାଞ୍ଜଳୀ ପାଢୀ, ସମ୍ପାଦକ କିଶୋର ଚନ୍ଦ୍ର ଭୋଇ, ଜିଲ୍ଲା ଶିକ୍ଷକ ସଂଘ ଉପଦେଷ୍ଟା ଅନାଦି ଗିରି ପ୍ରମୁଖ ଯୋଗଦାନ କରି ବିଦାୟୀ ସହ ଶିକ୍ଷା ଅଧିକାରୀ ଶ୍ରୀ ନାଏକଙ୍କ କାର୍ଯ୍ୟ ଦକ୍ଷତା, ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରତି ସୁ ବ୍ୟବହାର, ସୁ-ସମ୍ପର୍କ, ମେଳାପି ସ୍ୱଭାବ ସମ୍ପର୍କରେ ବର୍ଣ୍ଣନା କରି ନର୍ଲା ଅଞ୍ଚଳ କାହିଁକି ଏହା ଜିଲ୍ଲା ଶିକ୍ଷକ ସମାଜ ପାଇଁ ଉଦାହରଣ ବୋଲି କହିଥିଲେ । ଅଗଷ୍ଟ ୩୧ରେ ଚାକିରୀ ଜୀବନର କାର୍ଯ୍ୟକାଳ ସମାପନ ହୋଇଥିବା ଅବସରପ୍ରାପ୍ତ ସହ ଶିକ୍ଷା ନିରୀକ୍ଷକ ସଚ୍ଚିଦାନନ୍ଦ ନାଏକଙ୍କୁ ଜୁନିୟର ଶିକ୍ଷକ ସଂଘ ନର୍ଲା ତରଫରୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ମାନ ଦେଇ ସମ୍ବଦ୍ଧିତ କରାଯାଇଥିଲା । ତାଙ୍କ ଶିକ୍ଷକତା ଜୀବନ ଚାକିରୀ କାର୍ଯ୍ୟକାଳ ମଧ୍ୟରେ ନର୍ଲାରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସ୍ନେହ, ଶ୍ରଦ୍ଧା ଓ ମଧୁର ବ୍ୟବହାରକୁ ସେ କେବେହେଲେ ଭୁଲି ପାରିବେ ନାହିଁ ବୋଲି ତାଙ୍କ ବିଦାୟୀ କାଳିନ ବକ୍ତବ୍ୟରେ କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଇତ୍ୟବସରରେ ନର୍ଲା ଜୁନିୟର ଶିକ୍ଷକ ସଂଘର କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ଭାବରେ ଦେବଦତ୍ତ ମିଶ୍ର, ଉପସଭାପତି ଭାବରେ ପ୍ରତିମା ସାହୁ, ସମ୍ପାଦକ ଭାବରେ ସ୍ୱରାଜ ସାମନ୍ତରାୟ, କୋଷାଧ୍ୟକ୍ଷ ଭାବରେ ନିହାର ଶାନ୍ତି ଓ ଉପଦେଷ୍ଟା ଭାବରେ କାଜଲ ପ୍ରିୟଦର୍ଶିନୀ, ଅଞ୍ଜଳି ଦାସ, ମୁନିନ୍ଦ୍ର ବେହେରା ପ୍ରମୁଖ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିଲେ ।କାର୍ଯ୍ୟକ୍ରମଟିକୁ ନବ ନିର୍ବାଚିତ ସଭାପତି ଶ୍ରୀ ମିଶ୍ର ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.