ମରୁଡି ଘୋଷଣା ସହ କୃଷିଋଣ ଓ ଜଳକର ଛାଡ ପାଇଁ କୃଷକ ମଞ୍ଚର ଦାବୀ

କଳାହାଣ୍ଡି, ୨|୯ (ନରୋତ୍ତମ ସେଲମା ): ଚଳିତ ଖରିଫଋତୁରେ କର୍ଲାମୁଣ୍ଡାବ୍ଲକକୁ ଧୋକା ଦେଇଛି ବର୍ଷା ଓ ଉତେଇ କେନାଲ । ଅନାବୃଷ୍ଟି ହେତୁ ଭାଦ୍ରବ ମାସରେ ବି ଚାଷୀ ଧାନ ରୁଆ କି ବିହୁଡା କରିପାରିନାହିଁ । ଯେଉଁମାନେ ଆଗ ବର୍ଷାରେ ଧାନ ରୁଆ କି ବିହୁଡା କରିଛନ୍ତି ସେହି ଜମିରେ ଜଳାଭାବ ଯୋଗୁଁ ମାଟି ଫାଟି ଆଁ କଲାଣି, ଧାନଗଛ ଗୁଡିକ ହଳଦିଆ ବର୍ଣ୍ଣ ଧାରଣ କରୁଛି । ଯାହା କିଛି ବି ଧାନଗଛ ବଞ୍ଚିଛି ସେଠାରେ ରୋଗପୋକ ମାଡିବସିଲାଣି । କିନ୍ତୁ ଅଦ୍ୟାବଧି ପ୍ରଶାସନ ମରୁଡି ଜନିତ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିନାହିଁ କି କ୍ଷତିଗ୍ରସ୍ତ ଚାଷ ଜମିକୁ ପରିଦର୍ଶନ କରିନାହିଁ । ଚାଷି କାନ୍ଦୁଥିବା ବେଳେ କେହି ଆହା କହିବାକୁ ନାହାନ୍ତି । ତେଣୁ କର୍ଲାମୁଣ୍ଡା ବ୍ଲକକୁ ସଂପୂର୍ଣ୍ଣ ମରୁଡିଘୋଷଣା କରିବା, କେନାଲରେ ପାଣି ଆସୁନଥିବାରୁ ଜଳକର ଓ ଖଜଣା ଛାଡ କରିବା, କୃଷିଋଣ ଛାଡକରିବା ସହ ଗତ ଖରିଫ ଚାଷର ବୀମା ରାଶି ପୈଠ କରିବା ଦାବୀରେ ସ୍ଥାନୀୟ ନିର୍ଦ୍ଦଳିୟ କୃଷକ ସଂଗଠନ ‘କର୍ଲାମୁଣ୍ଡା ବ୍ଲକ କୃଷକ ମଞ୍ଚ’ ପକ୍ଷରୁ ସ୍ଥାନୀୟ ଶିଶୁମନ୍ଦିର ଛକରୁ ଏକ ଶୋଭାଯାତ୍ରା ବାହାରି ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବୀପତ୍ର ତହସିଲଦାର ବାସନ୍ତୀ ସେଠୀଙ୍କୁ ପ୍ରଦାନ କରାଯାଇଥିଲା ।

Omkar Vasthu
Omkar Vasthu


ମଞ୍ଚର ସଭାପତି ନରୋତ୍ତମ ସେଲମା, ସଂପାଦକ ସୁରେଶ ଚୌଧୁରୀ, ସହ ସଂପାଦକ ମଧୁସୂଦନ ବାଗଙ୍କ ନେତୃତ୍ୱରେ ପ୍ରଦୀପକୁମାର ସାହୁ, ନନ୍ଦିକିଶୋର ଭୋଇ, ତ୍ରିଶଙ୍କର ରଣା, କୃଷ୍ଣଚନ୍ଦ୍ର ବାଗ, ନୀଳମଣି ବାଗ, ଦୀନବନ୍ଧୁ ସାହୁ, ବୈବସୂତ ସୁନା, ଜଗନ୍ନାଥ ଚୌଧୁରୀ, ବିହାରୀଲାଲ ସାହୁ, ପ୍ରେମାନିଧି ସାହୁ, ବିନୋଦ ସାହୁ, ଶେଷଦେବ ସାହୁ, ମିତ୍ରଭାନୁ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ତହସିଲଦାର ଶ୍ରୀମତୀ ସେଠୀ ଏଥିପ୍ରତି ପ୍ରସାସନ ତତ୍ପରଥିବା ପ୍ରକାଶ କରିବା ସହ ଠିକ ସମୟରେ କ୍ଷୟକ୍ଷତି ଅନୁଧ୍ୟାନ କରାଯିବବୋଲି ପ୍ରତିଶୃତି ଦେଇଥିଲେ । ଶାନ୍ତିଶୃଙ୍ଖଳା ପାଇଁ କର୍ଲାମୁଣ୍ଡା ଫାଣ୍ଡିଅଧିକାରୀ କୃତିବାସ ପୂଝାରୀ ଙ୍କ ନେତୃତ୍ୱରେ ପୋଲିସ ଟିମ ଉପସ୍ଥିତ ଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.