ସେପ୍ଟେମ୍ବର ୧୯ରେ ଯୁଗଯାତ୍ରୀ ସାହିତ୍ୟ ସଂସଦର ନୂଆଖାଇ ଭେଟ

କଳାହାଣ୍ଡି, ୨|୯ (ହେମନ୍ତ ସାହୁ): କଳାହାଣ୍ଡିର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ଯୁଗଯାତ୍ରୀ ସାହିତ୍ୟ ସଂସଦ’ର ନୂଆଖାଇ ଭେଟ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହେଇ ଯାଇଛି । ସମ୍ପାଦକ ହେମନ୍ତ ସାହୁ ପୂର୍ବ ବୈଠକର ବିବରଣୀ ପଠନ ପରେ ଆଲୋଚନା ଆରମ୍ଭ ହେଇଥିଲା । ବୈଠକର ନିଷ୍ପତି ଅନୁଯାୟୀ ସେପ୍ଟେମ୍ବର ୧୯ ତାରିଖରେ ନୂଆଖାଇ ଭେଟ ସକାଳ୧୦ ଘଣ୍ଟା ସମୟରେ ସଂସଦ ସଭା ଗୃହରେ ପାଳନ କରାଯିବ । ଏହି ଅବସରରେ କବିତା ପାଠ ଏବଂ ସାହିତ୍ୟ ସଭା ଆୟୋଜିତ ହେବ । ଆଜିର ପ୍ରସ୍ତୁତି ବୈଠକରେ ସୁବୋଧ କୁମାର ଶତପଥୀ, ରମେଶ ଚନ୍ଦ୍ର ମିଶ୍ର, ସୁଶାନ୍ତ ମିଶ୍ର, କୀର୍ତ୍ତନ ଘିଭେଲା, ପରମାନନ୍ଦ ବିଶି, ମାନସ ପ୍ରହରାଜ, ନାରାୟଣ ମହାଳିକ, ମିତେଶ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.