ମଝିପଡା ଓ ବାପୁଜୀ କ୍ଲଷ୍ଟରର ମିଳିତ ବୈଠକ

ଭବାନୀପାଟଣା: ବାପୁଜୀ କ୍ଲଷ୍ଟର ଓ ମଝିପଡା କ୍ଲଷ୍ଟର ତରଫରୁ ସ୍ଥାନୀୟ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ (ବି.ଏମ୍. ହାଇସ୍କୁଲ) ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ମୁଖ୍ୟ ବିଷୟବସ୍ତୁ ମହାମାରୀ ସମୟରେ ବିଦ୍ୟାଳୟ -ଶିକ୍ଷା-ଶିକ୍ଷାର୍ଥୀ-ଶିକ୍ଷକଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ଗଠନମୂଳକ ପଦକ୍ଷେପ ଓ ସଚେତନତା, ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା, ପ୍ରଶାସନିକ ଚିଠି, ଶିକ୍ଷା ଦର୍ପଣ, ରେଡ଼ିଓ ପାଠଶାଳା, ୟୁଟ୍ୟୁବ କ୍ଲାସ, ଏଫ୍ଏଲ୍ଏନ୍ ଉଦ୍ଦେଶ୍ୟ ଓ କାର୍ଯ୍ୟକ୍ରମ, ଶିକ୍ଷଣ ଫଳାଫଳର ଗୁରୁତ୍ୱ, ଜାତୀୟ ଶିକ୍ଷା ନୀତି ୨୦୨୦, ପ୍ରଶାସନିକ ଓ ପରିଚାଳନାଗତ ସୁବିଧା ପାଇଁ ମାର୍ଗଦର୍ଶନ, ଉଦବୋଧନ ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା।

Omkar Vasthu
Omkar Vasthu

ବିଏମ୍ ହାଇସ୍କୁଲର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କରଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ବୈଠକରେ ଭବାନୀପାଟଣା ବିଇଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଡିଆଇଇଟି କଳାହାଣ୍ଡିର ଟିଇ ନୀହାରିକା ଦେବୀ, ସାଥ୍ ଟିମ୍ ଭବାନୀପାଟଣା ବ୍ଳକ୍ ମ୍ୟାନେଜର ଅଙ୍କିତା ଚାଟାର୍ଜୀ ଓ କୌଶଳ କିଷନ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଆଲୋଚନାରେ ଲୀନା ଦାସ୍, ସୁରଭିବାଳା ଦେବୀ, ସୁବର୍ଣ୍ଣେଶ୍ୱରୀ ବେଦବାକ, ନୀଳାମ୍ବର ନାୟକ, ଛନ୍ଦିତା ଦାଶ, ଜ୍ଯୋତିରାଣୀ ଦାସ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିବା ବେଳେ ଏହି କ୍ଳଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପରିଚାଳନା ଶ୍ରୀ ଝାଙ୍କର କରିଥିବା ବେଳେ ବାପୁଜୀ କ୍ଳଷ୍ଟରର ସିଆରସିସି ମିନତୀ କୁମାରୀ ପ୍ରଧାନ ପରିଚୟ ପ୍ରଦାନ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମଝିପଡା କ୍ଲଷ୍ଟର ସିଆରସିସି ପ୍ରଫୁଲ୍ଲ କୁମାର ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.