ଗୋପୀନାଥ ସେବା ସଦନ ପକ୍ଷରୁ ପୁସ୍ତକ ଉନ୍ମୋଚନ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

ଖୋର୍ଦ୍ଧା: ଖୋର୍ଦ୍ଧା ଜରିପୁଟ ସ୍ଥିତ ଅଗ୍ରଣୀ ସାହିତ୍ୟିକ ଅନୁଷ୍ଠାନ ଗୋପୀନାଥ ସେବା ସଦନ ପକ୍ଷରୁ ଶ୍ରୀ ଜଗନ୍ନାଥ ସଂକଳନ-୨୦୨୧ ପୁସ୍ତକ ଉନ୍ମୋଚନ ଅବସରରେ କବିତା ଆସର ଏବଂ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ କୃଷ୍ଣମୋହନ ପଟ୍ଟନାୟକ, ଡ଼ଃ ଇଂ ନନ୍ଦନନ୍ଦନ ଦାସ ଓ ମୁଖ୍ୟ ବକ୍ତା ଭାବେ ଦିବ୍ୟଲୋଚନ ଭାରିମଲ୍ଲ, ପ୍ରବଚକ ଶ୍ରୀଧର ଦାସ, ସଂଯୋଜକ ତଥା କବି ବିକ୍ରମ କୁମାର ଚମ୍ପତ୍ତି ପ୍ରମୁଖଙ୍କ କରମଣ୍ଡଳରେ ଶ୍ରୀ ଜଗନ୍ନାଥ ସଂକଳନ-୨୦୨୧ ପୁସ୍ତକ ଉନ୍ମୋଚନ ହୋଇଥିବା ସହ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୮୦ ରୁ ଉର୍ଦ୍ଧ ସାରସ୍ୱତ ସ୍ରଷ୍ଟା ଯଥା କୈଳାସ ଚନ୍ଦ୍ର ପୃଷ୍ଟି, ଯଜ୍ଞେଶ୍ଵର ପଣ୍ଡା, ଜଗଦୀଶ ଚନ୍ଦ୍ର ପାତ୍ର, କରୁଣାକର ମଲ୍ଲିକ, ରାହୁଲ ମହାନ୍ତି, ତ୍ରିନାଥ ପଟନାୟକ, ଅରୁଣା କର, ଶୁଭଶ୍ରୀ ସିନ୍ହ, କୃଷ୍ଣମୋହନ ମହାନ୍ତି ସୁବାସ ଚନ୍ଦ୍ର ସାହୁ, ଜୁଧିଷ୍ଠିର ମୁଦୁଲି, ଝରଣା ନାୟକ, ରୁକଚନ୍ ମାଝି, ଜଗବନ୍ଧୁ ସାହୁ, ଅନୁଶୁୟା ମିଶ୍ର, ଗଜେନ୍ଦ୍ର କୁମାର ସେଠୀ, ପ୍ରଦୀପ କୁମାର ସାହୁ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ସନ୍ତୋଷ ପରିଡା, ଉମେଶ ଜେନା, ବିଶ୍ୱଜିତ ରାଉତରାୟ, ବିଜୟ ସାମନ୍ତରା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସାରସ୍ୱତ ସ୍ରଷ୍ଟାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗୋପୀନାଥ ସେବା ସଦନର ସମ୍ପାଦକ ଡ଼ଃ. ନୀଳାଦ୍ରୀନାଥ ଜଗଦେବ ଓ ବିକ୍ରମ କୁମାର ଚମ୍ପତି ସଂଚାଳନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.