ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷଙ୍କ ସ୍ମାର୍ଟ ସ୍କୁଲ ପରିଦର୍ଶନ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲା ନୋଡାଲ ହାଇସ୍କୁଲ, ଶାନ୍ତପୁର ରାଧାକୃଷ୍ଣ ହାଇସ୍କୁଲ ଓ ତୁଲାପଡା ଦଧିବାମନ ହାଇସ୍କୁଲକୁ ସ୍ମାର୍ଟ ସ୍କୁଲ ଭାବରେ ଗଢି ତୋଳିବା ପାଇଁ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱବାଧାନରେ ବିଦ୍ୟାଳୟ ଭବନ ମରାମତି, ଟାଇଲ କାମ, ରଙ୍ଗ ମରା କାମ, ଅତ୍ୟାଧୁନିକ ଲେବରଟାରୀ ନିର୍ମାଣ କାମ ପ୍ରଭୃତି କ୍ଷୀପ୍ର ଗତିରେ କାର୍ଯ୍ୟ ଚାଲୁଛି । ସ୍ମାର୍ଟ ସ୍କୁଲ କାର୍ଯ୍ୟକୁ ସ୍ଥାନୀୟ ସରପଞ୍ଚ, ସମିତି ସଦସ୍ୟ, ଜିଲ୍ଲା ପରିଷଦ ପ୍ରମୁଖ ଦେଖାଶୁଣା କରୁଛନ୍ତି । ଏହି କ୍ରମରେ ଶୁକ୍ରବାର ତୃତୀୟ ଥର ପାଇଁ ନର୍ଲା ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି(ମୁନ୍ନା) ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲ ନର୍ଲା, ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଶାନ୍ତପୁର ଓ ଦଧିବାମନ ହାଇସ୍କୁଲ ତୁଲାପଡା ପରିଦର୍ଶନ କରିଥିଲେ ।


5T ଅଧୀନରେ ଉକ୍ତ ଉଚ୍ଚ ବିଦ୍ୟାଳୟ ମାନଙ୍କର ପରିବର୍ତ୍ତନ କାର୍ଯ୍ୟ ଚାଲୁରହିଛି । ଉପାଧ୍ୟକ୍ଷ ଶ୍ରୀ ମହାନ୍ତି କାମ ଦାୟିତ୍ୱରେ ରହିଥିବା ଠିକାଦାର, ସରପଞ୍ଚ ଓ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକଙ୍କ ସହ ଶୀଘ୍ର କାମ ଶେଷ କରିବାକୁ ଆଲୋଚନା କରିଥିଲେ । ସ୍ମାର୍ଟ ସ୍କୁଲ ନିର୍ମାଣ କାର୍ଯ୍ୟ କିପରି ଉଚ୍ଚ ମାନରହୋଇ ପାରିବ ସେଥିପ୍ରତି ଗୁରୁତ୍ୱ ଦେବାପାଇଁ ସମସ୍ତଙ୍କୁ କହିଥିଲେ। ଉନ୍ନତ ମାନର କାମ ନିଶ୍ଚିତ ହେଉ ଏଣୁ ଉପାଧ୍ୟକ୍ଷ ବାରମ୍ବାର ତିନିଗୋଟି ଇଦ୍ୟାଳୟକୁ ପରିଦର୍ଶନ କରି, ଏ ବିଷୟରେ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରୁଛନ୍ତି । ଏଥିପାଇଁ ଜିଲ୍ଲାପାଳ ମହୋଦୟଙ୍କ ଆନ୍ତରିକ ଉଦ୍ୟମ, ସରପଞ୍ଚ ଓ ପ୍ରଧାନ ଶିକ୍ଷକ ମାନଙ୍କ ସହଯୋଗ ପ୍ରଶଂସନୀୟ ବୋଲି ଉପାଧ୍ୟ ଶ୍ରୀ ମହାନ୍ତି ମତବ୍ୟକ୍ତ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.