ବେଡାଲଖମନ ଗାଁ ନିକଟରେ ମାଈ ହାତୀର ମୃତ ଦେହ ଠାବ, ବନବିଭାଗର ଛାନଭିନ ଆରମ୍ଭ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ବନାଞ୍ଚଳ ଅନ୍ତର୍ଗତ ଡେପଗୁଡା ବିଟର ବେଡାଲଖମନ ଗାଁ ନିକଟସ୍ଥ ଆମ୍ବ ବଗିଚା ଠାରୁ ଏକ ଜଙ୍ଗଲି ମାଈ ହାତୀର ମୃତଦେହ ଠାବ ହୋଇଛି। ଗାଁ ଲୋକେ ସଂଧ୍ୟା ସମୟରେ ମୃତ ହାତୀକୁ ଦେଖି ବନବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ବିଶ୍ଵନାଥପୁର ବନାଞ୍ଚଳ ଅଧିକାରୀ ଲକ୍ଷ୍ୟ ମହାନନ୍ଦ ବନବିଭାଗର ଏକ ସ୍ବତନ୍ତ୍ର ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର କାରଣ ସମ୍ପର୍କରେ ଛାନଭିନ ଆରମ୍ଭ କରିଥିବା ଜଣାପଡିଛି।

Omkar Vasthu
Omkar Vasthu

ପୂର୍ବରୁ ଏହି ବନାଞ୍ଚଳର ଅନେକ ଗାଁକୁ ଆସି ହାତୀପଲ ବ୍ୟାପକ ଫସଲ ନଷ୍ଟ କରିବାସହ ଘରଦ୍ୱାର ଭାଙ୍ଗିଥିଲେ। ଜଙ୍ଗଲି ହାତୀ ଯୋଗୁଁ ଅନେକ ଧନଜୀବନ ନଷ୍ଟ ହେଉଥିବାରୁ ବନବିଭାଗ ପକ୍ଷରୁ ହାତୀ ସ୍କ୍ୱାର୍ଡ, ବନ୍ୟପ୍ରାଣୀ ସ୍କ୍ୱାର୍ଡ ସହ ସବୁ ସେକ୍ସନର କର୍ମଚାରୀମାନେ ହାତୀପଲର ଗତିବିଧି ଉପରେ ନଜର ରଖୁଥିଲେ। ତେବେ ଏପରି ସମୟରେ ହାତୀ ମୃତ୍ୟୁକୁ ନେଇ ବନ ବିଭାଗର ମୁଣ୍ଡ ବ୍ୟଥା ବଢିଯାଇଛି।

Pearl dental clinic
Near Ashish Medical Store, Bhawanipatna

ବର୍ତ୍ତମାନ ବନବିଭାଗର କର୍ମଚାରୀ ଏବଂ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ବିଶ୍ବନାଥପୁର ବନାଞ୍ଚଳରେ ମାଈ ହାତୀର ମୃତ୍ୟୁ ହୋଇଥିବା ଖବର ଜଣାପଡିବାପରେ ବନ୍ୟପ୍ରେମୀଙ୍କ ମଧ୍ୟରେ ଗଭୀର ଉଦବେଗ ପ୍ରକାଶ ପାଇଛି। ତେବେ କିପରୀ ଓ କେଉଁ ପରିସ୍ଥିତିରେ ମାଈ ହାତୀର ମୃତ୍ୟୁ ଘଟିଲା ସେ ସମନ୍ଧରେ ଖବର ଲେଖା ହେବା ପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.