ଦିବଂଗତ ସାମ୍ବଦିକ ଅରନ୍ଦିମ ଦାଶଙ୍କୁ ରାୟଗଡାରେ ଅଶ୍ରୁଳ ଶ୍ରଦ୍ଧାଂଜଳି

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଂସ୍କୃତି ଭବନ ଠାରେ ଶନିବାର ସଂଧ୍ୟାରେ ଓଟିଭିର ଚିଫ୍ ରିପୋର୍ଟର ଦିବଂଗତ ସାମ୍ବାଦିକ ଅରନ୍ଦିମ ଦାଶଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା ସହ ସ୍ମୃତି ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ବିଶିଷ୍ଠ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧ୍ୟାପକ ଡଃ. ଦୁଷ୍ମନ୍ତ କୁମାର ମହାନ୍ତି,ସାହିତ୍ୟ ଏକାଡେମୀ ସଦସ୍ୟ ଲେଖକ ସୁଶାନ୍ତ କୁମାର ନାୟକ, ଆଶୁତୋଷ ପାତ୍ର, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ମୁଖ୍ୟ କିରାଣୀ ରାମଚନ୍ଦ୍ର ପାତ୍ର, ଗ୍ରନ୍ଥାଗାରିକ ଡମ୍ବୁରୁଧର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଦିବଂଗତ ସାମ୍ବାଦିକ ଶ୍ରୀ ଦାସଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପଧୂପ ଦେଇ ଗଭୀର ଶ୍ରଦ୍ଧାଂଜଳି ଞାପନ କରିଥିଲେ ।

Omkar Vasthu
Omkar Vasthu


ସାମ୍ବାଦିକତା ଜଗତରେ ଅରିନ୍ଦମ ଜଣେ ନିର୍ଭିକ ଓ ନିରପେକ୍ଷ ଖବର ପ୍ରକାଶ କରୁଥିବା ସାମ୍ବାଦିକ ଭାବେ ସାରା ରାଜ୍ୟରେ ପରିଚିତ ଚେହେରା ଥିବାରୁ ଆଜି ତାଙ୍କ ଅକାଳ ବିୟୋଗରେ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଛି ଏବଂ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ତାଙ୍କ ପରିବାରଙ୍କୁ ଏହି ଦୁଃଖଦ ସମୟରେ ଭଗବାନ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ୪ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ଆର୍ଥିକ ରାଶି ପରିବାରଙ୍କୁ ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାରକା ମତବ୍ୟକ୍ତ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଉକ୍ତ କାର୍ଯ୍ୟକ୍ରମରେ ରାୟଗଡା ପ୍ରେସ କ୍ଳବ ସଭାପତି ରାଜେଶ ପଟ୍ଟନାୟକ, ଉପସଭାପତି କେ.କେ. ଜେନା,ଏସୟୁଜେ ସାମ୍ବାଦିକ ସଂଘ ରାୟଗଡା ଜିଲ୍ଳା ଶାଖା ସଭାପତି ଶିବ ନାରାୟଣ ଗଉଡ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଦଳେଇ, ଯୋଗେଶ୍ୱର ଦାସ, ସ୍ମୃତିରଂଜନ ମହାନ୍ତି, ମନୋଜ ପାତ୍ର, ନବୀନ ଚନ୍ଦ୍ର ସାହୁ, ସଂଗ୍ରାମ ପଟ୍ଟନାୟକ,ମନୋଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ କରିଥିଲେ ।


ସେହିପରି ରାୟଗଡା ସହରର ଏକ ୱେବ୍ ସଂସ୍ଥା ନିୟମଗିରି ନ୍ୟୁଜ ଚ୍ୟାନେଲ ଭାରତ (ଏନଏନସି ଭାରତ) ପକ୍ଷରୁ କ୍ୟାଣ୍ଡେଲ ଶୋଭଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗଜପତି ଛକ ଠାରୁ ବାହାରି ମୁଖ୍ୟ ବଜାର ରାସ୍ତା ଦେଇ କ୍ୟାଣ୍ଡଲ ଶୋଭାଯାତ୍ରାଟି ଗାନ୍ଧୀ ପାର୍କ ଠାରେ ପଂହଚିଥିଲା । ଏହି କାର୍ଯ୍ୟକ୍ରମରେ ଏନଏନସି ଭାରତର ମୁଖ୍ୟ ବି.କାନ୍ତାରାଓ, ଆଇନଜୀବି ପ୍ରଦୀପ ଦାଶଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି, ବୁଦ୍ଧିଜୀବି ଏବଂ ଅନେକ ଯୁବବର୍ଗଙ୍କୁ ମିଶାଇ ପ୍ରାୟ ୫୦ଜଣ ଉପସ୍ଥିତ ରହିଥିଲେ ।

ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ କ୍ୟାଣ୍ଡଲ ଶୋଭାଯାତ୍ରାଟି ପଂହଚିବା ପରେ ଦିବଂଗତ ସାମ୍ବାଦିକ ଅରିନ୍ଦମଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କ୍ୟାଣ୍ଡଲ ଜାଳି ଅମର ଆତ୍ମାର ସଦ୍ଗତି ନିମନ୍ତେ ସମସ୍ତେ ୨ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧୀଜୀବିମାନେ ଦିବଂଗତ ସାମ୍ବାଦିକ ଅରନ୍ଦିମଙ୍କ ନିର୍ଭକ ସାମ୍ବାଦିକତା ସଂପର୍କରେ ନିଜ ନିଜ ମତ ବ୍ୟକ୍ତ କରିଥିଲେ । ପରିଶେଷରେ ଏନଏନସି ଭାରତର ସାମ୍ବାଦିକ ହରିନାରାୟଣ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.