କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର) : ନର୍ଲାର କାର୍ଯ୍ୟରତ ସାମ୍ବାଦିକ ଅଭିରାମ ନନ୍ଦଙ୍କ ପିତା ଫକୀର ମହାନନ୍ଦ ଆଜି ଧଅଁରାମାଲ ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା। ସେ ବାର୍ଦ୍ଧକ୍ୟ ରୋଗରେ ପିଡିତ ଥିଲେ। ଜଣେ ଧର୍ମପରାୟଣ ଓ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ସ୍ଵର୍ଗତ ନନ୍ଦଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁତ୍ର ଅଭିରାମ ନନ୍ଦ, ପୁତ୍ରବଧୂ, ପତ୍ନୀ ଓ ନାତି ନାତୁଣୀ ଉପସ୍ଥିତ ଥିଲେ। ନର୍ଲା ବ୍ଲକ ଧଅଁରାମାଲ ସ୍ଥିତ ସ୍ମଶାନରେ ସ୍ବର୍ଗତ ଫକୀର ମହାନନ୍ଦଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ବର୍ଗତ ମହାନନ୍ଦଙ୍କ ଆବର୍ତ୍ତମାନରେ ନର୍ଲା କାର୍ଯ୍ୟରତ ସାମ୍ବାଦିକଙ୍କ ସହ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।