କାଣ୍ଡେଲ ଆଞ୍ଚଳିକ ଯାଦବ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ

କଳାହାଣ୍ଡି: କେସିଙ୍ଗା ବ୍ଲକ କାଣ୍ଡେଲ ଆଞ୍ଚଳିକ ଯାଦବ ସମାଜ ପକ୍ଷରୁ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। କାଣ୍ଡେଲ ଆଞ୍ଚଳିକ ଯାଦବ ସମାଜ ସଭାପତି ଗଦନ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ, ନୂଆଖାଇ ପରକୁ ଆପଣେଇ ନେବାର ସୁମଧୁର ଅବସର। ନିଜ ନିଜ ଭିତରେ ଥିବା ମନୋମାଳିନ୍ୟ ଭୁଲି ଭାଇଚାରା ସୃଷ୍ଟି କରିବାରେ ନୂଆଖାଇ ଭେଟଘାଟର ଯଥେଷ୍ଟ ଗୁରୁତ୍ବ ରହିଛି। ତେଣୁ ଦୀର୍ଘବର୍ଷ ଧରି ଏପରି ଏକ ଭବ୍ୟ କାର୍ଯ୍ୟକ୍ରମ କରି ଆସୁଥିବାରୁ ସେ କାଣ୍ଡେଲ ଆଞ୍ଚଳିକ ଯାଦବ ସମାଜକୁ ସାଧୁବାଦ ପ୍ରଦାନ କରିଥିଲେ। ଯଦି ମହିଳାମାନେ ଚାହିଁବେ ତେବେ ସାମାଜିକ ରିତିନିତିରେ ପରିବର୍ତ୍ତନ ଆସିପାରିବ ତେଣୁ ସେମାନେ ଓ ଯୁବକମାନେ ଆଗେଇଆସି ଜାତି ନନ୍ଦିଘୋଷକୁ ଆଗେଇ ନେବାକୁ ମୁଖ୍ୟ ଅତିଥି ସଭାରେ ଆହ୍ଵାନ କରିଥିଲେ।


ଏହି ନୂଆଖାଇ ଭେଟଘାଟରେ ସମ୍ମାନୀତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଜିଲ୍ଲା ଯାଦବ ମହାସଭା ଉପସଭାପତି ନୃପରାଜ ଯାଦବ, କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲ, ସଂପାଦକ ଘନଶ୍ୟାମ ଗହିର, କାଣ୍ଡେଲ ସରପଞ୍ଚ ପଙ୍କଜ ଗଉଡ, ଉପସଭାପତି ଜଗବନ୍ଧୁ ନାଏକ, କେସିଙ୍ଗା ବ୍ଲକ ଯୁବ ଯାଦବ ମହାସଭା ସଭାପତି ଅଶୋକ ପୋଢ, ସଂପାଦକ ସୁରଥ ହେର୍ଣ୍ଣା, ଜିଲ୍ଲା ଯୁବ ଯାଦବ ମହାସଭା ସହ-ସମ୍ପାଦକ ତ୍ରିଲକ୍ଷ ନାଏକ, ପଥର୍ଲା ଆଞ୍ଚଳିକ ଯାଦବ ସମିତି ସଭାପତି ନରୋତ୍ତମ ଭାଟି,


କାଣ୍ଡେଲ ଆଞ୍ଚଳିକ କାର୍ଯ୍ୟକାରୀ ସଭାପତି ରମାକାନ୍ତ ଗଉଡ, କାଣ୍ଡେଲ ଆଞ୍ଚଳିକ ଯାଦବ ସମାଜ ମୁଖ୍ୟ ଉପଦେଷ୍ଟା କଲକିରାମ ବାଗ ପ୍ରମୁଖ ଉପସ୍ଥିତ ରହି ନୂଆଖାଇର ତାର୍ପର୍ଯ୍ୟ ଓ ସାମାଜିକ ବିଧି ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ।
ବିଶିଷ୍ଟ ଲୋକ କଳାକାର କମ୍ବୁପାଣୀ ବାଗ ମଞ୍ଚ ପରିଚାଳନା କରିଥିବାବେଳେ କାଣ୍ଡେଲ ଆଞ୍ଚଳିକ ଯାଦବ ସମାଜ ସମ୍ପାଦକ ତ୍ରିପୁର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କାଣ୍ଡେଲ ଆଞ୍ଚଳିକ ଅନ୍ତର୍ଗତ ସମସ୍ତ ଗ୍ରାମର ଯାଦବମାନେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.