ନର୍ଲା କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଦିବଂଗତ ସାମ୍ବାଦିକ ଅରନ୍ଦିମ ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଦିବଂଗତ ସାମ୍ବାଦିକ ଅରନ୍ଦିମ ଦାସ ଓ ଓଡ୍ରାଫ୍ ଟିମ୍ ର ସୀତାରାମ ମୁର୍ମୁଙ୍କ ଅକାଳ ବିୟୋଗକୁ ନେଇ ନର୍ଲାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପକ୍ଷରୁ ସ୍ଥାନୀୟ ଡାକ ବଙ୍ଗଳା ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।

ଏହି ଶୋକସଭାରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ଆଇନଜୀବି ସଞ୍ଜୟ ଧଙ୍ଗଡାମାଝୀ ଓ ଯୁବ ନେତୃତ୍ବ କିଶୋର ନାଏକ ଅତିଥି ଭାବେ ଯୋଗଦେଇ ଯୁବ ଉଦୀୟମାନ ସାମ୍ବାଦିକ ଅରିନ୍ଦମ ଓ ଓଡ୍ରାଫ୍ ଟିମ୍ ର ସୀତାରାମଙ୍କ ଫୋଟ ଚିତ୍ରରେ ପୁଷ୍ପ, ଦୀପଧୂପ ଅର୍ପଣ କରି ଗଭୀର ଶ୍ରଦ୍ଧାଂଜଳି ଜ୍ଞାପନ ପୂର୍ବକ ଦିବଂଗତ ଅରିନ୍ଦମଙ୍କ ନିର୍ଭୀକତା, ସାହିିସିକତା ଓ ନିରପେକ୍ଷତା ସାମ୍ବାଦିକତା ଜୀବନୀ ଉପରେ ସଂକ୍ଷେପରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ ବେଳେ ସୁରକ୍ଷିତ ରହି ସାବଧାନତା ଓ ସତର୍କତା ଅବଲମ୍ବନ କରିବାକୁ ଅତିଥିମାନେ ଉପସ୍ଥିତ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ।


ମୁଣ୍ଡୁଳିର ମହାନଦୀରେ ଫସିଥିବା ଏକ ହାତୀକୁ ଉଦ୍ଧାର ପାଇଁ ଯାଉଥିବା ଓଡ୍ରାଫ୍ ବୋଟରେ ଓଟିଭିର ଦୁଇ ଗଣମାଧ୍ୟମ ପ୍ରତିନିଧି ଅରନ୍ଦିମ ଦାସ ଓ କ୍ୟାମେରାମ୍ୟାନ୍ ଯାଇଥିଲେ । ମହାନଦୀରେ ବୋଟ ଓଲଟି ପଡିବା ଯୋଗୁଁ ଭାସି ଯାଇଥିଲେ ଅରିନ୍ଦମ । ଆଉ ଦୁର୍ଭାଗ୍ୟବଶତଃ ଅରନ୍ଦିିମଙ୍କ ଅକାଳ ବିୟୋଗ ହୋଇଥିଲା । ଏହାସହ ଓଡ୍ରାଫ୍ ଟିମ୍ ର ସୀତାରାମ ମୁର୍ମୁ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିଥିଲେ । ଯାହାକୁ ନେଇ ସାରା ରାଜ୍ୟ ସ୍ତବ୍ଧ ହୋଇପଡିଥିଲା । ଏହି କ୍ରମରେ ଦିବଂଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଅନୁଷ୍ଠିତ ଶୋକ ସଭାରେ ନର୍ଲା କାର୍ଯ୍ୟରତ ସାମ୍ବାଦିକ ବୃନ୍ଦ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଂଜଳି ପୂର୍ବକ ୨ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।


ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ରଙ୍କ ଆବାହକତ୍ବରେ ଆୟୋଜିତ ଉକ୍ତ ଶୋକସଭାରେ ସମ୍ବାଦିକ ଦୀପକ କୁମାର ଠାକୁର, ମନୋଜ ଷଡ଼ଙ୍ଗୀ, ସୁନୀଲ କୁମାର ଧଙ୍ଗଡାମାଝୀ, ନିରଞ୍ଜନ ଗଉଡ, ଦୀପକ ମହାନ୍ତି, ତ୍ରିଲୋଚନ ଗଉଡ, ରଞ୍ଜନ ମହାନ୍ତି, ଅନୀଲ ଅଗ୍ରୱାଲ, ଚିନ୍ତାମଣି ନାଏକ, ପ୍ରଦୀପ ଗଉଡ, ଜଗତ ସାହୁ, ସାନ୍ତୁନୁ ପାତ୍ର, ଡୋଲାମଣି ସାହୁ, ସୁମିତ ଶର୍ମା, ଗଣେଶ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.