କଳାହାଣ୍ଡି, (ହେମନ୍ତ ସାହୁ): ଦେଶ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ନ୍ୟାୟ, ବିକାଶ ଓ ଶାନ୍ତି ସମାଜର ନିନ୍ମ ବର୍ଗ ଙ୍କ ପାଖରେ ପହଞ୍ଚି ପାରି ନାହିଁ। ସମସ୍ତେ ଯେପରି ନ୍ୟାୟ ଓ ଶାନ୍ତି ପାଇବେ ଏହି ଲକ୍ଷରେ ଏକତା ପରିଷଦ ପକ୍ଷରୁ ସେପ୍ଟେମ୍ବର ୨୫ ଅନ୍ତ ରାଷ୍ଟ୍ରୀୟ ଶାନ୍ତି ଦିବସ ଠାରୁ ୨ ଅକ୍ଟୋବର ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ପର୍ୟ୍ୟନ୍ତ ଗ୍ରାମ୍ୟ ପରିକ୍ରମା କରାଯାଇଅଛି। କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଉର୍ଲାଦାନି ପଞ୍ଚାୟତ ଏକତା ପରିଷଦ ର ଆହ୍ବାନ ଓ ସେବା ଜଗତ ଅନୁଷ୍ଠାନ ର ସହଯୋଗ ରେ ଏକ ନ୍ୟାୟ ଓ ଶାନ୍ତି ପଦଯାତ୍ରା ହେବା ସହିତ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଏକତା ପରିଷଦ ର ପ୍ରତିଷ୍ଠାତା ପି.ଭି ରାଜଗୋପାଲ, ମହାସଚିବ ରମେଶ ଶର୍ମା , ଭାରତ ଭୁଷଣ ଠାକୁର, କାହ୍ନୁ ଚରଣ ମହାନ୍ତି,ଓ ସେବା ଜଗତ ଅନୁଷ୍ଠାନ ର ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକ, ରୋସନାରା ମହାନ୍ତି ଯୋଗ ଦେଇଥିଲେ।ଏହି ଅବସର ରେ ରଙ୍ଗାପଦର ଠାରୁ ଯୁରା ଖମନ୍ ଗ୍ରାମ୍ୟ ପରିକ୍ରମା କରାଯାଇ ନ୍ୟାୟ ଓ ଶାନ୍ତି ର ବାର୍ତ୍ତା ବଣ୍ଟନ କରାଯାଇଥିଲା।