ବରିଷ୍ଠତା ଭିତିରେ କାଉନସେଲିଂ ମାଧ୍ୟମରେ ପଦୋନ୍ନତି ଦାବି କଲା ଶିକ୍ଷକ ସଂଘ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଶିକ୍ଷକମାନଙ୍କ ବିଭିନ୍ନ ବର୍ଷର ପଦୋନ୍ନତି କ୍ଷେତ୍ରରେ ସ୍ୱଚ୍ଛତା ସହ ନିର୍ବିବାଦୀୟ ପଦୋନ୍ନତି ନିମନ୍ତେ ସୋମବାର ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ଚାକିିରୀ ବିରଷ୍ଠତା ଭିତିରେ ପଦୋନ୍ନତି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପତ୍ର ସଂଖ୍ୟା ୧୦୭୧୦/୨୩/୫/୨୦୧୪ ଅନୁଯାୟୀ କାଉନସେଲିଂ ମୁଖ୍ୟ ପ୍ରସଙ୍ଗ ଥିବା ବେଳେ କରୋନା ଯୋଗୁଁ ପଂଚମ ‘ଖ’ବର୍ଗ ଓ ଚତୁର୍ଥ ବର୍ଷର ଶିକ୍ଷକଙ୍କୁ ବର୍ତମାନ କାର୍ଯ୍ୟରତ ବିଦ୍ୟାଳୟଗୁଡିକରେ ପଦୋନ୍ନତି ଦିଆଯିବା ନିମନ୍ତେ ଅନୁରୋଧ କରାଯାଇଛି । ଆବଶ୍ୟକ ସ୍ଥଳେ ସଂପୃକ୍ତ ବ୍ଳକ ଓ ଗ୍ରାମ ପଂଚାୟତ ମଧ୍ୟରେ ପଦୋନ୍ନତି ଦିଆଯାଉ ବୋଲି ଦାବି କରାଯାଇଛି । ଜିଲ୍ଳା ଶିକ୍ଷାଧିକାରୀ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୦୭/୧/୧/୨୦୨୧ ଓଡିଶା ପ୍ରାଥମିକ ଶିକ୍ଷା ଅଧିନିୟମ-୨୦୧୯ ଅନୁସାରେ ଜିଲ୍ଳାରେ ନୂତନ ଶିକ୍ଷକ ପଦବୀ ସୃ୍‌ଷ୍ଟି ପରେ ପଂଚମ (କ) ବର୍ଗରେ ୯୫୪,ପଂଚମ (ଖ) ବର୍ଗରେ ୧୧୭୫,୪ର୍ଥ ବର୍ଗ ସ୍ନାତକ (ବିଜ୍ଞାନ) ରେ ୫୫୪,ସ୍ନାତକ (କଳା) ବର୍ଗରେ ୫୫୪, ତୃତୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକରେ ୫୩୨ ଓ ବରିଷ୍ଠ ପ୍ରଧାନ ଶିକ୍ଷକ ୧୪ଟି ଅନୁମୋଦିତ ପଦବୀ ରହିଛି । ସେଥିମଧ୍ୟରୁ ୩ୟ ବର୍ଗରେ ୫୦୦ରୁ ଉର୍ଦ୍ଧ ପ୍ରଧାନ ଶିକ୍ଷକ,୪ର୍ଥ ବର୍ଗରେ ୧୧୦୮ଟି ପଦବୀ ସଂପୂର୍ଣ୍ଣ ଖାଲିପଡିଛି । ସ୍ନାତକ (ବିଜ୍ଞାନ)ରେ କେବଳ ୩୯ଜଣ ଶିକ୍ଷକ ପଦୋନ୍ନତି ନିମନ୍ତେ ରହିଛନ୍ତି ଓ ଅବଶିଷ୍ଟ ପଦବୀ ୫୧୫ଟି ଖାଲି ପଡୁଥିବାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ଯାଉଛି । ଆଜି ପର୍ଯ୍ୟନ୍ତ ପଂଚମ (ଖ) ବର୍ଗର ଶିକ୍ଷକ ପିଲାଙ୍କ ଗଣିତ ଓ ବିଞାନ ପଢା ଦାୟିତ୍ୱ ତୁଲାଉଥିବାରୁ ସେମାନଙ୍କୁ ପଦୋନ୍ନତି ପରେ ଚତୁର୍ଥ ବର୍ଗ (ବିଜ୍ଞାନ)ର ଖାଲି ପଡିଥିବା ପଦବୀରେ ନିୟୋଜିତ କରିବା ନିମନ୍ତେ ମତାମତ ପ୍ରଦାନ କରାଯାଇଛି ।


୫୦୦ରୁ ଉର୍ଦ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଦା ପ୍ରଧାନ ଶିକ୍ଷକରେ ଚାଲୁଥିବାରୁ ଏହାର ବ୍ୟବସ୍ଥା କରିବା ନିମନ୍ତେ ସଂଘ ଦାବି କରିଛି । ଗତ ସେପ୍ଟେମ୍ବର ୧୯ତାରିଖରେ ଜିଲ୍ଳା ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକରେ ସମସ୍ତ ବ୍ଳକ ସଂଘ କର୍ମକର୍ତା ଉପସ୍ଥିତ ରହି ଦେଇଥିବା ପ୍ରସ୍ତାବଗୁଡିକୁ ଭିତିକରି ଜିଲ୍ଳା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଏହି ଦାବି ଗୁଡିକ ଉପସ୍ଥାପନା କରାଯାଇଥିଲା । ଦାବିପତ୍ର ପ୍ରଦାନ ବେଳେ ଜିଲ୍ଳା ସଭାପତି ଅଜିତ କୁମାର ଚୈାଧୁରୀ, ଜିଲ୍ଳା ସଂପାଦକ ନୀଳାଂଚଳ ମିଶ୍ର, କାର୍ଯ୍ୟକାରୀ ସଂପାଦକ ମହେନ୍ଦ୍ର ବାଗ, ଉପଦେଷ୍ଠା ଅନନ୍ତଚରଣ ରଥ,ଦାଶରଥି ରାଜଗୁୁରୁଙ୍କ ସହ ତ୍ରିପତି ପଣ୍ଡା, ସୁଶାନ୍ତ ସ୍ୱାଇଁ, ଗାଙ୍ଗାରାଜୁ ବ୍ରହ୍ମା, ସାନନ୍ଦ ବେନିଆ, ସୋମନାଥ ଗରଡା, ସୁରେଶ ପଟ୍ଟନାୟକ, ବାବୁଲା ଗରଡିଆ, ନୀଳାଚଂଳ ପଣ୍ଡା, ସରୋଜ ପତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.