କମର୍ଦ୍ଧା ପୋଷ୍ଟମାଷ୍ଟରଙ୍କ ପରଲୋକ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ଡାକଘରେ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟରତ ଯଦୁମଣି ସା ଙ୍କ ପରଲୋକ ହୋଇଯାଇଛି। ସକାଳୁ ଏକ ସିଡିରେ ଚଢି ତାଙ୍କ ବଗିଚାରେ ପରିବା ସଂଗ୍ରହ କରୁଥିବା ବେଳେ ସେ ସିଡିରୁ ପଡ଼ି ଅଚେତ ହୋଇଯାଇଥିଲେ। ତୁରନ୍ତ ପରିବାର ଲୋକେ ନର୍ଲା ଡାକ୍ତରଖାନା ନେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ବର୍ଗତ ସା ଜଣେ ପରୋପକାରୀ ବ୍ୟକ୍ତି ଓ ଉତ୍ତମ ଗୁଣ ସଂପନ୍ନ ମଣିଷ ଥିଲେ। ପୁଅ ପିଣ୍ଟୁ ସା ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳବାସୀ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଆମର ଆତ୍ମାର ସଦଗତି କାମନା କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.