ସଙ୍କୁଳସ୍ତରୀୟ ତ୍ରିଦିବସୀୟ ଯୁବ ରେଡକ୍ରସ ଶିବିର ଉଦଯାପିତ

କଳାହାଣ୍ଡି, (ନବୀନ କିଶୋର ସାହୁ): ହର ଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଶୁର୍ଲା ଠାରେ ଚାଲିଥିବା ସଙ୍କୁଳ ସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦଯାପିତ ହୋଇଯାଇଛି। ଶିବିରରେ ଫାଷ୍ଟ ଏଡ ସମ୍ବନ୍ଧରେ ଅଧ୍ୟାପକ ମୋହନ ଚରଣ ବିଶି ତାଲିମ ଦେଇଥିବା ବେଳେ ଆଜି ଉଦଯାପନୀ ଦିବସରେ କଳାହାଣ୍ଡି ଆରଟିଓ ରାମ ନିବାସ ସିରିକା ସଡକ ସୁରକ୍ଷା ସମ୍ୱନ୍ଧରେ ଆଲୋକପାତ କରିଥିଲେ। ଉକ୍ତ ତାଲିମ ଶିବିରରେ ହର ଗୌରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ବିରେନ୍ଦ୍ର କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

ହର ଗୌରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁବୋଧ କୁମାର ଶତପଥୀଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ପରିବହନ ଅଧିକାରୀ ରାମ ନିବାସ ସିରିକା ଓ ସମ୍ମାନୀତ ଅତିଥି ଭାବେ ମ.ରାମପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡା ଯୋଗ ଦେଇ ଶିବିରାର୍ଥି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ତ୍ରିଦିବସୀୟ ଶିବିରରେ ମୋହନଗିରି, ତେରେସିଙ୍ଗା, ରିଷିଡା, କର୍ଲାମୁଣ୍ଡା, ମଦନପୁର ରାମପୁର ଓ କୁଶୁର୍ଲାର ସ୍ୱେଚ୍ଛାସେବୀମାନେ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା କୃତୀ ସ୍ବେଚ୍ଛାସେବୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏଥିରେ ଅଧ୍ୟପକ ତଥା କାଉନସିଲର ଗିରିରାଜ ଗହୀର, ସମୀର ପ୍ରଧାନ, ପ୍ରକାଶ ଚନ୍ଦ୍ର ସେଠି, ମୁକେଶ କୁମାର ବହିଦାର, ଗୁରୁସୁନା, ରୋହିତ ସୁନା, ଘନଶ୍ୟାମ ସାହୁ ଆଦି ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.