୭୦ତମ ଜିଲ୍ଲା ସ୍ତରୀୟ ଗୋ-ସମ୍ବର୍ଦ୍ଧନା ଓ ଗୋ-ବତ୍ସା ପ୍ରଦର୍ଶନ ସମାରୋହ

କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗଡ୍ରାମାଳ କସ୍ତୁରବାଗାନ୍ଧୀ ବିଦ୍ୟାଳୟ ପଡିଆ ଠାରେ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ଓ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଅଧିକାରୀଙ୍କ ତତ୍ୱାବଧାନରେ ଜିଲ୍ଲା ସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସକାଳ ୭ଟାରୁ ଗୋରୁ ପାଳନ କରିଥିବା ଚାଷୀଙ୍କ ନାମ ପଞ୍ଜିକରଣ, ପ୍ରାଣୀ ଚିକିତ୍ସା ଶିବିର, ଉତ୍ତମ ଗାଈ ଓ ବାଛୁରୀ ଚୟନ, ଗୋ ପୂଜା, ଗୋ ପ୍ରଦର୍ଶନ କକ୍ଷ ଭ୍ରମଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Omkar Vasthu
Omkar Vasthu


ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗଦେଇ ଗୋ ସୁରକ୍ଷା ଓ ଗୋ ପାଳନ ଉପରେ ଚାଷୀଙ୍କୁ ଉତ୍ସାହିତ କରେଇ ଥିଲେ। ମୁଖ୍ୟ ବକ୍ତା ଭାବରେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅତିଥି ଭାବେ ଏସଡ଼ିଭିଓ ଭବାନୀପାଟଣା ଗିରିଶଚନ୍ଦ୍ର ମହାନ୍ତି, ପିଡିଡିଆର ଡିଏ ସୁମେଶ ଉପାଧ୍ୟୟ, କୋକସରା ବିଡ଼ିଓ ମନୀଷା ଦାସ, ଏସଡ଼ିଭିଓ କୈଳାଶ ଚନ୍ଦ୍ର ସାମନ୍ତ, କୋକସରା ସମିତି ସଭ୍ୟ ତ୍ରିଭୁବନ ନାଏକ, ସିଡିଆରଓ ଚୈତନ୍ୟ ସେଠି, କୋକସରା ବ୍ଲକ ଆତ୍ମା ଅଧ୍ୟକ୍ଷ ଋତୁରାଜ ମାଝୀ, ରାଜେନ୍ଦ୍ର ନାଏକ ପ୍ରମୁଖ ମଞ୍ଚାସିନ ଥିଲେ।

Pearl dental clinic
Near Ashish Medical Store, Bhawanipatna


ଏହି ସମାରୋହରେ ୨୦୦ରୁ ଉର୍ଦ୍ଧ ଗୋ ଚାଷୀ ଯୋଗଦେଇଥିଲେ। ଗାଈ ମାନଙ୍କୁ ଶଙ୍କର ଜାତୀୟ ଘାସ, ଦାନା, କାଲସିୟମ ଦିଆଯାଇଥିଲା। ଏହି ଅବସରରେ ଉନ୍ନତ ଗୋ ପାଳକ ମଧ୍ୟରୁ ତିନିଜଣଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ପ୍ରବନ୍ଧ ପ୍ରତିଯୋଗିତା କରାଯାଇ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବିଭିଓ ପରମାନନ୍ଦ ପରିଡା, ଭିଏସ ସଂଗ୍ରାମ କେଶରୀ ବେହେରା ଓ ଅନେକ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିବା ବେଳେ ଡା କେଦାର ନାଥ ଖମାରୀ ମଞ୍ଚ ପରିଚାଳନା କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.