ମଦନପୁର ରାମପୁରରେ ଯୋଗ ଦେଲେ ନୂତନ ତହସିଲଦାର

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁରର ନୂତନ ତହସିଲଦାର ଭାବରେ ସୁଶ୍ରୀ ସୁଚରିତା ମୁଗ୍ରି ଯୋଗ ଦେଇଛନ୍ତି। ତହସିଲଦାର ଭାବରେ ଏହା ତାଙ୍କର ପ୍ରଥମ ଦାୟିତ୍ୱ। ସେ ପୁର୍ବରୁ ବଲାଙ୍ଗିର ଟିଆରଓରେ ଥିଲେ। ଏଠାରେ ଯୋଗ ଦେଇ ସେ ଦାୟିତ୍ୱରେ ଥିବା ତହସିଲଦାର ଜୟନ୍ତ ମେହେରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିବା ଜଣା ଯାଇଛି। ସମସ୍ତଙ୍କ ସହଯୋଗରେ କାର୍ଯ୍ୟ ସମ୍ପାଦନ କରିବି ବୋଲି କହିଛନ୍ତି ନୂତନ ତହସିଲଦାର ସୁଶ୍ରୀ ସୁଚରିତା ମୁଗ୍ରି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.