କେସିଙ୍ଗା, (ମଧୁସୂଦନ ଠାକୁର): ସ୍ଥାନୀୟ ବୋରିଂପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କେସିଙ୍ଗା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କେସିଙ୍ଗା ବିଇଓ ବବୃବାହାନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମାରୋହରେ କେସିଙ୍ଗା ଏନଏସିର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଘବ ମାଝୀ, ସିମାଞ୍ଚଲ୍ ବୁଦ୍ଧିଆ ଓ ଶରତ ଚନ୍ଦ୍ର ବାରିକ ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ୧୩ ଟି କ୍ଲଷ୍ଟରର ୧୪୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ସୁରଭି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବିଶଦ ଭାବରେ ଆଲୋକପାତ କରିଥିଲେ। ସେହି ପରି ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧ୍ୟ ଛାତ୍ର ଛାତ୍ରୀଙ୍କୁ ଆଗାମୀ ଭବିଷ୍ୟତ ସମ୍ପର୍କରେ ନୂତନ ସ୍ବପ୍ନ ଦେଖିବା ସହ ପ୍ରୟାସ ଜାରି ରଖିବା ପାଇଁ ପ୍ରେରଣା ଦେଇ ଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ୮ ଟି କ୍ଲଷ୍ଟରର ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଶେଷରେ ଯୋଗ୍ୟ ବିବେଚିତ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
ବରିଷ୍ଠ ଶିକ୍ଷକ ବିକ୍ରମଦେବ ସାହୁ, କୁଷଚନ୍ଦ୍ର ସାହୁ ଓ ସିଆରସିସି ଚନ୍ଦ୍ରଧ୍ଵଜ୍ ନାଗ ପର୍ଯ୍ୟାୟ କ୍ରମେ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ସୁରେନ୍ଦ୍ର ପ୍ରଧାନ, ଅରୁଣ ପ୍ରଧାନ, ଅବନୀ ପ୍ରଧାନ, ସିଆରସିସି ଅକ୍ଷୟ ରଥ, ସଞ୍ଜୀବ ଭୋଇ, ପ୍ରଭାତ ମହଲା, ପ୍ରଶାନ୍ତ ଶବର, ଶଙ୍କର ମାଝୀ, ଖିରାବ୍ଧି ମେହେର, ସୁଶିଲ ମାହାର, ଚୂଡାମଣି ସାହୁ ଓ କାର୍ଯ୍ୟାଳୟର ଅକ୍ଷୟ ଭୋଇ, ସରୋଜ ବୁଦ୍ଧିଆ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ସୁରେନ୍ଦ୍ର କୁମାର ଧନ୍ୟବାଦ ଅର୍ପଣ କରିଥିଲେ।