ଦକ୍ଷିଣ କାଳୀଙ୍କ ସପ୍ତ ଦିବସୀୟ ପୂଜନୋତ୍ସବ ଓ ପୁରଶ୍ଚରଣ କର୍ମ

ଯାଜପୁର: ଯାଜପୁର ଜିଲ୍ଲାର ଦଶରଥପୁର ବ୍ଳକ ଅନ୍ତର୍ଗତ ନନ୍ଦିପୁର ଶାସନସ୍ଥିତ ପ୍ରାଚୀନ ଶାକ୍ତ ତନ୍ତ୍ର ପୀଠର ଆରାଧ୍ୟ ଦେବୀ ମାଆ ଦାଣ୍ଡ ଦକ୍ଷିଣ କାଳୀ ଓ ଦକ୍ଷିଣ କାଳୀଙ୍କର ସପ୍ତ ଦିବସୀୟ ପୂଜନୋତ୍ସବ, ପୂର୍ଣାହୁତି, ପୂର୍ଣ୍ଣ ଆରତୀସହ ମୃଣ୍ମୟୀ ମୂର୍ତ୍ତିଙ୍କର ବିସର୍ଜନ କର୍ମ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଦାଣ୍ଡ ଦକ୍ଷିଣ କାଳୀ ପୀଠରେ ସେବକ କୂଳମଣି ଶତପଥୀ ଓ ସଙ୍ଗୀତା ରାଣୀ ଶତପଥୀଙ୍କ ଦ୍ଵାରା ଆୟୋଜିତ ଦକ୍ଷିଣ କାଳିକା ସାଧନୋତ୍ସବ କର୍ମରେ ଆଚାର୍ଯ୍ୟ ଭାବରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କାଉନସିଲର ଅଧ୍ୟାପକ ଚିନ୍ମୟ ଦାଶ ଓ ଅଶୋକ କୁମାର ଶତପଥୀ ଯୋଗଦେଇଥିବାବେଳେ ଗୋସ୍ୱାମୀ ରାମ ଚନ୍ଦ୍ର ଦାଶ, କାହ୍ନୁ ଚରଣ ଶତପଥୀ, ସନ୍ତୋଷ କୁମାର ଶତପଥୀ, ମନୋଜ କୁମାର ଶତପଥୀ, ମୋହନ କୁମାର ଶତପଥୀ, ଗୀତାଞ୍ଜଳି ଶତପଥୀ, ଶ୍ରଦ୍ଧାଞ୍ଜଳି ଦାଶ, ଜ୍ଞାନ ରଞ୍ଜନ ଦାଶ,ମନ୍ମଥ ଶତପଥୀ, ଶଶିକାନ୍ତ ଶତପଥୀ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.